ଫ୍ଲାଟ୍ରୁ ଅଭିନେତ୍ରୀଙ୍କ ପଚାସଢ଼ା ମୃତଦେହ ଉଦ୍ଧାର
କତର ଏୟାରଓ୍ୱେଜ୍ର ପୂର୍ବତନ ଏୟାର ହୋଷ୍ଟେସ୍ ତଥା ବି-ଟାଉନ୍ ଅଭିନେତ୍ରୀ ନୁର ମାଲବିକା ଦାସ୍ଙ୍କ ଦେହାନ୍ତ ହୋଇଛି। ଜୁନ୍ ୬ ତାରିଖରେ ମୁମ୍ବାଇ ଲୋଖଣ୍ଡଓ୍ୱାଲା ସ୍ଥିତ ଫ୍ଲାଟରୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଫ୍ଲାଟ ଭିତରୁ ପଚାସଢ଼ା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି। ନୁର୍ ବେଡ୍ରୁମ୍ ଭିତରେ ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।
ସୂଚନାମୁତାବକ, ପଡ଼ିଶାଲୋକ ଅଭିନେତ୍ରୀ ନୁରୁଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ନିକଟରେ ଖବର ଦେଇଥିଲେ। ଏହାପରେ ପୁଲିସ ଜୁନ ୬ ତାରିଖରେ ନୁର ମାଲାବିକାଙ୍କ ଘରେ ପହଞ୍ଚିଥିଲା। ଘର ଭିତରକୁ ଯାଇ ନୁର ମାଲାବିକାଙ୍କ ଅବସ୍ଥା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।
କାରଣ ଶୋଇବା ଘର ଫଙ୍ଖାରେ ନୁରୁଙ୍କ ପଚାଶଢ଼ା ମୃତଦେହ ଝୁଲି ରହିଥିଲା। ଏହାପରେ ନୁରୁଙ୍କ ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ସମ୍ପର୍କ କରିଥିଲା। ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍ ସିରିଜ 'ଦ ଟ୍ରାଏଲ୍'ରେ ନୁର୍ ମାଲବିକା ଦାସ କାମ କରିଥିଲେ।
Powered by Froala Editor