ଚଳନ୍ତା ବାଇକ୍ରେ ଟାଇଟାନିକ୍ ପୋଜ୍
![ଚଳନ୍ତା ବାଇକ୍ରେ ଟାଇଟାନିକ୍ ପୋଜ୍](https://odishanewslens.com/news_gallery/30561_1717963920.jpg)
ରାସ୍ତାରେ ରିଲ୍ସ କରିବା ଯେମିତି ଅଭ୍ୟାସରେ ପରିଣତ ହୋଇଗଲାଣି । ଯେତେ ଦୁର୍ଘଟଣା ଘଟିଲେ ବି ଯୁବପିଢି ଏଭଳି ଭୟଙ୍କର ଷ୍ଟଣ୍ଟ ଦେଖାଇ ନିଜ ଜୀବନକୁ ବାଜି ଲଗାଉଛନ୍ତି । ପୁଣି ସେଭଳି ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଯୁବକ ଚଳନ୍ତା ବାଇକ୍ ଉପରେ ଠିଆ ହୋଇ ଟାଇଟାନିକ ପୋଜ ଦେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କାନପୁରର ଗଙ୍ଗା ବ୍ୟାରେଜ୍ ରେ ଶନିବାର ଜଣେ ଯୁବକ ଚଳନ୍ତା ବାଇକ୍ ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ସହ ରିଲ୍ପ ଭିଡିଓ ତିଆରି କରିଛନ୍ତି। ସେ ଚଳନ୍ତା ବାଇକ୍ ଉପରେ ଦେଇଛନ୍ତି ଟାଇଟାନିକ୍ ପୋଜ୍। ଏହି ଭିଡିଓ ଭାଇରାଲ ହେବା ପରେ କାନପୁର କମିଶନରେଟ୍ ପୁଲିସ ଉକ୍ତ ଯୁବକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବା ସହ ତାଙ୍କ ନାଁ ଚାଲାଣ ମଧ୍ୟ କାଟିଛି।
ଏସିପି କର୍ଣ୍ଣେଲଗଞ୍ଜ ମହେଶ କୁମାର କହିଛନ୍ତି ଯେ ବାଇକ୍ ନମ୍ବର ଆଧାରରେ ଷ୍ଟଣ୍ଟ ଦେଖାଉଥିବା ଉକ୍ତ ଯୁବକ ଜଣକ ଉନ୍ନାଓ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଗାଡି ରେଜିଷ୍ଟର୍ ହୋଇଥିବା ଠିକଣା ଆଧାରରେ ପୁଲିସ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଛି। ତାଙ୍କୁ ଖୋଜା ଚାଲିଛି। ବାଇକ ନମ୍ବର ଆଧାରରେ ୧୨ହଜାର ଟଙ୍କାର ଚାଲାଣ କଟା ଯାଇଛି। ଏଥିସହ ବାଇକ୍ ନମ୍ବର ଆଧାରରେ ନବାବଗଞ୍ଜ ପୁଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
Powered by Froala Editor