ଜେଇଇ ଆଡ୍ଭାନ୍ସଡ ପରୀକ୍ଷା ଫଳ : ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ପକ୍ଷରୁ ରବିବାର ଜେଇଇ ଆଡଭାନ୍ସଡ ୨୦୨୪ର ପରୀକ୍ଷା ଫଳ ଜାରି କରିଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ୨ୟ ସ୍ଥାନରେ ରହିଛନ୍ତି ଆଦିତ୍ୟ। ସେ ୩୪୬ ନମ୍ବର ରଖିଛନ୍ତି। ସେହିପରି ୩ୟ ସ୍ଥାନରେ ଭୋଗଲାପାଲ୍ଲୀ ସନ୍ଦେଶ(୩୩୮) ରହିଛନ୍ତି।
ଆଇଆଇଟି ବମ୍ବେ ଜୋନର ଦ୍ୱିଜା ଧର୍ମେଶକୁମାର ପଟେଲ ବାଳିକାମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ସେ ୩୬୦ ରୁ ୩୩୨ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ୭ମ ର୍ୟାଙ୍କ ହାସଲ କରିଛନ୍ତି।
ସୂଚନାଯୋଗ୍ୟ, ୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୬୪ ଜଣ ଛାତ୍ରୀ ଅଛନ୍ତି। jeeadv.ac.in ୱେବସାଇଟ୍ରେ ପରୀକ୍ଷାର୍ଥୀମାନେ ନିଜ ଫଳାଫଳ ଦେଖିପାରିବେ।
Powered by Froala Editor