‘ମୋ ବସ୍’କୁ ଧକ୍କା ଦେଲେ ୨ ଟ୍ରକ୍, ୨୦ ଆହତ
‘ମୋ ବସ୍’ ଆଜି ଅପରାହ୍ଣ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ୨୦ରୁ ଅଧିକ ଆହତ ଲୋକ ଆହତ ହୋଇଥିବା ସୂଚନା ଆସିଛି ।ଦୁର୍ଘଟଣାରେ ମୋ ବସର ପଛପଟ ଭାଙ୍ଗିଯାଇଛି । କଟକ ଟୋୟଟା ସୋରୁମ୍ ନିକଟରେ ଟ୍ରକ-ବସ୍ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି ।
୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି।
Powered by Froala Editor