ବିଜେଡି ଅସନ୍ତୋଷ ପେଡ଼ି ଖୋଲି ଏହା କହିଲେ ଉମା

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ଜଣଙ୍କ ପରେ ଜଣେ ବିଜେଡି ନେତା ନିଜ ମୁହଁ ଖୋଲି ଅସନ୍ତୋଷ ଝାଡ଼ୁଛନ୍ତି । ଏମାନଙ୍କ ସହ ଆଉ ଜଣେ ବିଜେଡି ନେତା ସାମିଲ ହୋଇଛନ୍ତି । ସେ ହେଉଛନ୍ତି ଉମା ସାମନ୍ତରାୟ ।
ବିଜେଡି ଅସନ୍ତୋଷ ପେଡ଼ି ଖୋଲି ସେ କହିଛନ୍ତି ଯେ ମୋତେ ବାଧ୍ୟ କରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ପଠାଯାଇଥିଲା । ମୁଁ ଚାରି ଥର ସତ୍ୟବାଦୀରୁ ଜିତିଥିଲେ ବି ବାଧ୍ୟ କରାଯାଇ ବ୍ରହ୍ମଗିରି ପଠାଯାଇଥିଲା । ନବୀନ ପଟ୍ଟନାୟକ ନିଜେ ମୋତେ ଡାକି ବ୍ରହ୍ମଗିରିରୁ ଲଢିବାକୁ କହିଥିଲେ । ଷଷ୍ଠ ଥର ପାଇଁ ଯଦି ମୋତେ ସିଏମ କରିବାକୁ ଚାହୁଁଛ ତେବେ ବ୍ରହ୍ମଗିରିରୁ ଲଢ ବୋଲି ନବୀନ କହିଥିବା ଉମା ସାମନ୍ତରାୟ କହିଛନ୍ତି । ତେଣୁ ମୁଁ ନବୀନଙ୍କ କଥାରେ ବ୍ରହ୍ମଗିରିରୁ ଲଢିବାକୁ ରାଜି ହୋଇଥିଲି । ତେବେ ସେଠି ଏତବଡ଼ ଅଞ୍ଚଳ କଭର କରିବାକୁ ମୁଁ ସମୟ ପାଇନଥିଲି । ସତ୍ୟବାଦୀରୁ ଲଢିଥିଲେ ମୁଁ ନିଶ୍ଚୟ ଜିତିଥାନ୍ତି । ମୁଁ ସବୁବେଳେ ସତ୍ୟବାଦୀର ଲୋକଙ୍କ ସହ ଥିଲି ଆଉ ରହିବି ବୋଲି ଉମା ସାମନ୍ତରାୟ କହିଛନ୍ତି ।
Powered by Froala Editor