ସିଏମ ପୋଷ୍ଟ ପାଇଁ ଆଗରେ ଧର୍ମେନ୍ଦ୍ରଙ୍କ ନାମ
ଭୁବନେଶ୍ୱର: ବିଜେପି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଚର୍ଚ୍ଚାରେ କିଛି ଏମପି ଓ ବିଧାୟକଙ୍କ ନାଁ ରହିଥିବାବେଳେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ସିଏମ ପୋଷ୍ଟ ପାଇଁ ଧର୍ମେନ୍ଦ୍ରଙ୍କ ଦାବିଦାରୀ ପକ୍କା କରୁଛି । ହେଲେ ଗିରୀଶ ମୁର୍ମୁ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ, କେ.ଭି. ସିଂହ ଦେବ, ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
ଧର୍ମେନ୍ଦ୍ରଙ୍କ ନାଁ ସବୁଠୁ ଆଗରେ ରହିବାର କାରଣ ହେଉଛି, ଓଡ଼ିଶାରେ ଜଣେ ଟାଣୁଆ ଚେହେରାକୁ ଆଗକୁ ଆଣିବା ପାଇଁ କେନ୍ଦ୍ରୀୟ : ବିଜେପି ଯୋଜନା କରୁଛି। ଆଉ ଧର୍ମେନ୍ଦ୍ରଙ୍କ ନାଁ ଆଗରେ ରହିବାର କାରଣ ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଅଭିଜ୍ଞତା। ସଂଗଠନରୁ ଜନ୍ମ ନେଇଛନ୍ତି ଧର୍ମେନ୍ଦ୍ର। ଆରଏସଏସ ଓ ଏବିଭିପିରେ କାର୍ୟ୍ୟ କରିବାର ଅନୁଭୂତି ରହିଛି। ଓଡ଼ିଶାରେ ବିଜେପିକୁ ଆଗକୁ ନେବାର ଦକ୍ଷତା ତାଙ୍କର ରହିଛି। ଭାରତୀୟ ଯୁବମୋର୍ଚ୍ଚାରେ କାମ କରିଛନ୍ତି। ସେ ଓଡ଼ିଶାରେ ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ରହିଥିବାବେଳେ ୨୦୦୪ରୁ ୨୦୦୯ ଏମପି ମଧ୍ୟ ରହିଛନ୍ତି। ଯୁବ ପିଧାୟକ ଭାବେ ବିଧାନସଭାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ଘନିଷ୍ଠତା ସହ ତାଙ୍କ ଗୁଡ ଲିଷ୍ଟରେ ମଧ୍ୟ ଧର୍ମେନ୍ଦ୍ର ଅଛନ୍ତି। ଏଥିସହ ସେ ପୂର୍ବରୁ ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ରହି ଆସିଛନ୍ତି। ସବୁଠୁ ବଡ଼ କଥା ହେଲା ସେ ଓବିସି ବର୍ଗରୁ ଆସିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ବଡ଼ ଦାୟିତ୍ୱରେ ଅଛନ୍ତି।
ଯଦି ଆମେ ପଛକୁ ଯାଇ ଦେଖିବା ତେବେ ବିଜେପି କ୍ଷମତାକୁ ଆସିବାର ମୂଳଦୁଆ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଡିଥିଲା। ଆଉ ଏଥିରେ ଦଳ ବିପୁଳ ବିଜୟ ହାସଲ କରିଥିଲା। ଆଉ ଏହାକୁ ଯିଏ ରୂପରେଖ ଦେଇଥିଲେ ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ। ସେ ଏହାର ପ୍ରଚ୍ଛଦପଟର ନାୟକ ସହ ରଣନୀତି ପ୍ରସ୍ତୁତ କରିଥିଲେ।
ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନେଇ ପାର୍ଲିଆମେଣ୍ଟାରି କମିଟି ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ କମିଟି ଜଣେ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି କରିବେ। ସେ ଓଡିଶା ଯିବେ ଓ ବିଧାୟକ ଦଳ ବୈଠକ ଡାକି ମୁଖ୍ୟମନ୍ତ୍ରୀ କିଏ ହେବେ ର୍ନିଣ୍ଣୟ ହେବ।
Powered by Froala Editor