ଗ୍ରାଁ ପିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ
ନୂଆ ଜାତୀୟ ରେକର୍ଡ କରିଛନ୍ତି ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ ଗ୍ରାଁ ପିରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ । ୧୦୦ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ କରିଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ଏବଂ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଅତିକ୍ରମ କରିଥିଲେ। ପୂର୍ବରୁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାମରେ ୧୧.୨୨ ସେକେଣ୍ଡର ରେକର୍ଡ ରହିଥିଲା। ଦୂତୀଙ୍କ ଏହି ସଫଳତା ତାଙ୍କୁ ପୁଣି ଏକ ପରିଚୟ ଦେଇଛି । ଭାରତୀୟ ଆଥଲେଟିକ୍ସ ଫେଡେରେସନ(AFI) ଅନୁଯାୟୀ, ଦୂତୀ, ଧନଲକ୍ଷ୍ମୀ ଓ ହିମାଶ୍ରୀ ରୟଙ୍କ ସମେତ କେବଳ ୭ ଜଣ ପ୍ରତିଯୋଗୀ ରହିଛନ୍ତି । ଅପରପକ୍ଷରେ ଆଜି ଦୂତୀ ଚାନ୍ଦ ନିଜର ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ୦.୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବାରୁ ବାଦ୍ ପଡିଛନ୍ତି।
Powered by Froala Editor