ଏବେ ବିଶ୍ୱକୁ M-Yoga ଆପର ଶକ୍ତି ମିଳିବାକୁ ଯାଉଛି:ମୋଦି
ନୂଆଦିଲ୍ଲୀ : ସାରା ବିଶ୍ୱରେ ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସରେ M-Yoga ଆପର ଘୋଷଣା କରିଛନ୍ତି । ଏହି ଆପରେ କମନ ଯୋଗୋ ପ୍ରୋଟୋକଲ ଆଧାରରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଦୁନିଆର ଅଲଗା ଅଲଗା ଭାଷାରେ ଉପଲବ୍ଧ ହେବ । ଭାରତ ଏହି ଆପକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହିତ ମିଶି ପ୍ରସ୍ତୁତ କରିଛି । ଅନ୍ତର୍ଜାତୀୟ ଯୋଗ ଦିବସରେ ପିଏମ୍ ମୋଦି ଆପକୁ ନେଇ କହିଛନ୍ତି ଯେ ଏହା ଆଧୁନିକ କୌଶଳ ଓ ପ୍ରାଚୀନ ବିଜ୍ଞାନର ମିଶ୍ରଣର ଏକ ଚମତ୍କାର ଉଦାହରଣ । ଏବେ ବିଶ୍ୱକୁ M-Yoga ଆପର ଶକ୍ତି ମିଳିବାକୁ ଯାଉଛି । ଏହାକୁ ୧୨ରୁ ୬୫ ବର୍ଷର ବୟସ୍କ ବ୍ୟକ୍ତି ଦୈନିକ ଯୋଗ ସାଥୀ ରୂପେ ବ୍ୟବହାର କରିପାରିବେ । M-Yoga ଆପରେ ଯୋଗକୁ ନେଇ ସହଜ ପ୍ରୋଟୋକଲ ବୁଝାଯିବ ଯାହା ଫଳରେ ଅଲଗା ଅଲଗା ଦେଶରେ ଯୋଗର ପ୍ରସାର ହୋଇପାରିବ । ଏହି ଆପରେ ଯୋଗକୁ ନେଇ ଭିଡିଓ ଜାରି କରାଯିବ ଯାହା ଅଲଗା ଅଲଗା ଭାଷାରେ ଉପଲବ୍ଧ ହେବ ।
ପିଏମ୍ କହିଛନ୍ତି ଯେ ଯେବେ ସାରା ବିଶ୍ୱ କୋଭିଡ୍ ୧୯ ବୈଶିକ ମହାମାରୀର ମୁକାବିଲା କରୁଇ ଏହି ଯୋଗ ଏକମାତ୍ର ଆଶାର କିରଣ ସାଜିଛି । ଏହି ଘଡିସନ୍ଧି ମୂହୁର୍ତ୍ତରେ ଲୋକମାନେ ଯୋଗ କରିବାକୁ ଭୁଲୁନାହାଁନ୍ତି । ବରଂ ଏହା ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଉଛି ।
ଆଜି ସାରା ବିଶ୍ୱରେ ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ୬ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯାନରେ ଜାତିସଂଘ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିବା ନେଇ ଶୁଭାରମ୍ଭ କରିଥିଲା ।
Powered by Froala Editor