ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକରା
ଭୁବନେଶ୍ୱର: ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବନିର୍ବାଚିତ ସାଂସଦ । ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତି । ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ । ରାଜ୍ୟରେ ୨୦ ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି ।
୨୦ ନବନିର୍ବାଚିତ ବିଜେପି ସାଂସଦ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ। ରାଜ୍ୟର ସରକାର ଗଠନ ସମ୍ପର୍କରେ ମତାମତ ନେଇ ପାରନ୍ତି ଶୀର୍ଷ ନେତୃତ୍ୱ। ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ ଜଣ ବିଜେପି ସାଂସଦଙ୍କ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି। ଏମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ଥର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।
Powered by Froala Editor