ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ଗିରଫ
ଚେନ୍ନାଇ: ମାଲେସିଆର ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଏମ ମଣିକନ୍ଦନ ଗିରଫ ହୋଇଛନ୍ତି । ଚେନ୍ନାଇ ସିଟି ପୁଲିସ ତାଙ୍କୁ ବେଙ୍ଗାଲୁରୁରେ ଗିରଫ କରିଛି । ଦୁଇ ସପ୍ତାହ ପୂର୍ବରୁ ମହିଳା ଜଣକ ଆଦ୍ୟାର ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ମଣିକନ୍ଦନ ତାଙ୍କୁ ବାରମ୍ବାର ଗର୍ଭବତୀ କରିବା ସହିତ ଗର୍ଭପାତ ପାଇଁ ମଧ୍ୟ ଧମକ ଦେଇଥିଲେ । ବିବାହର ପ୍ରଲୋଭନ ସେ ତାଙ୍କୁ ଦେଖାଇ ଏଭଳି କାଣ୍ଡ କରିଥିଲେ । ଆଇପିସିର ବିଭିନ୍ନ ଧାରାରେ ମଣିକନ୍ଦନଙ୍କ ନାମରେ ମାମଲା ରୁଜୁ ହୋଇଛି । ତାମିଲନାଡୁର ଏହି ପୂର୍ବତନ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମଣିକନ୍ଦନ ପୂର୍ବରୁ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ।
Powered by Froala Editor