ନକଲି ବ୍ଲାକ ଫଙ୍ଗସ ଇଞ୍ଜେକସନ ରାକେଟର ପର୍ଦ୍ଧାଫାସ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଏକ ନକଲି ବ୍ଲାକ ଫଙ୍ଗସ ଇଞ୍ଜେକସନ ରାକେଟର ପର୍ଦ୍ଧାଫାସ କରିଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ଉ କରି ୩୦୦୦ରୁ ଅଧିକ ନକଲି ବ୍ଲାକ ଫଙ୍ଗସ ଇଞ୍ଜେକସନ ଜବତ କରିବା ସହ ଏହି ମାମଲାରେ ୨ ଜଣ ଡାକ୍ତର ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ନିଜାମୁଦ୍ଧିନ ଅଞ୍ଚଳର ଏକ ଘରେ ଚଢ଼ାଉ କରି ପୁଲିସ ଏହି ଇଞ୍ଜେକସନ ଜବତ କରିଛି । ଏହା ସହିତ ଅନ୍ୟ କେତେକ ସଂକ୍ରମଣ ପାଇଁ ମଧ୍ୟ ନକଲି ଔଷଧ ଠାବ ହୋଇଥିଲା । ମେଡିକ ହେଲଥକେୟାରର ମାଲିକ ଡାକ୍ତର ଅମିର ଓ ନିଦେ୍ର୍ଧଶକ ଡାକ୍ତର ଫୈଜନ ଗିରଫ ହୋଇଛନ୍ତି । ନକଲି ଇଞ୍ଜେକସନ ର୍ୟାକେଟର ସେମାନେ ମୁଖ୍ୟ ସଞ୍ଚାଳକ ଥିଲେ ବୋଲି ଜଣାପଡ଼ିଛି । ଅମିର ଆଲିଗଡ଼ ବିଶ୍ୱ ବିଦ୍ୟାଳୟରୁ ଏମବିବିଏସ କରିଥିବା ଜଣାପଡ଼ିଛି । ନକଲି ଇଞ୍ଜେକସନ ଦିଲ୍ଲୀ, ୟୁପି, ମଧ୍ୟପ୍ରଦେଶରେ ପ୍ରସ୍ତୁତ ହୋଇଥିବା ପୁଲିସ ସନେ୍ଦହ କରୁଛି । ଅଭିଯୁକ୍ତଙ୍କୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
Powered by Froala Editor