ଟିକା ପାଇଁ ନେପାଳ ଉପରେ ରାଗିଲା ଚାଇନା

କାଠମାଣ୍ଡୁ : ଚୀନ ସରକାରଙ୍କ ଦ୍ୱାରା ବିକଶିତ କୋଭିଡ ଟିକା ‘ସିନୋଫାର୍ମ’ର ୪୦ ଲକ୍ଷ ମାତ୍ରାକୁ ନେପାଳ ସରକାର ଅଘୋଷିତ ୧୦ ଡଲାର ଦରରେ କିଣିବାକୁ ଯୋଜନା କରିଛନ୍ତି । ତେବେ କିଛି ଗଣମାଧ୍ୟମରେ ଏହି ଟିକା ଦର ପ୍ରଘଟ ହେଲା ପରେ ବେଜିଂ ପ୍ରଶାସନ କାଠମାଣ୍ଡୁ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ନେପାଳ ଓ ଚୀନ ସରକାରଙ୍କ ମଧ୍ୟରେ ହୋଇଥିବା ଟିକା ରାଜିନାମା ଅନୁସାରେ ଟିକାର ପରିମାଣ ଓ ଦର ସମେତ ଏହାର ଯୋଗାଣ ତାରିଖ ଗୋପନ ରଖିବା ବିଧେୟ । ମାତ୍ର ନେପାଳ ସରକାରଙ୍କ ଦ୍ୱାରା ଏପରି ଗୋପନୀୟତା ଭଙ୍ଗ ହୋଇଥିବା ଜାଣି ସିନୋଫାର୍ମ କମ୍ପାନି କାଠମାଣ୍ଡୁ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଅପରପକ୍ଷେ, ନେପାଳ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଚୀନୀ ଟିକାର ଦର, ପରିମାଣ ଓ ଯୋଗାଣ ସମେତ ଅନ୍ୟାନ୍ୟ ପ୍ରାସଙ୍ଗିକ ସୂଚନା ସମ୍ପର୍କରେ ଗଣମାଧ୍ୟମରେ ଯେପରି ପ୍ରକାଶିତ ହୋଇଛି, ତାହା ଆନୁମାନିକ । ଚୀନରୁ ସିନୋଭାକ ଟିକା ଆମଦାନି କରିବାରେ ପ୍ରଶ୍ନବାଚୀ ଲାଗିଛି ବୋଲି ମଧ୍ୟ ସେ କହିଛନ୍ତି ।
Powered by Froala Editor