ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀ ଆକ୍ରମଣରୁ ବର୍ତ୍ତିଗଲା ଝିଅ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀ ଆକ୍ରମଣରୁ ବର୍ତ୍ତିଗଲା ଝିଅ । ଆଜି ସକାଳେ କେସିପୁର ପଞ୍ଚାୟତ ଅଧୀନ ଟୁଲୁଙ୍କଡ଼ାବ ଗାଁର ସତ୍ୟ ପଳେଇଙ୍କ ଝିଅ ଅନୁସୟା ବାଡ଼ି ପଟକୁ ଶୌଚ ପାଇଁ ଯାଇଥିଲେ। କୁଲଡିହା ଜଙ୍ଗଲରୁ ଖସି ଆସିଥିବା ହାତୀ ଟି ହଠାତ ତାଙ୍କୁ ଗୋଡ଼ାଇ ଥିଲା। ଛାତ୍ରୀ ଜଣକ ଏକ ଖାଲୁଆ ସ୍ଥାନରେ ପଡ଼ି ଯାଇଥିବା ଦେଖି ହାତୀଟି ତା ଉପରେ ଗୋଡ଼ ପକାଇ ଦଳି ଦେଇଥିଲା। ଚିତ୍କାର ଶୁଣି ତାଙ୍କ ବାପା ସେଠାରେ ପହଁଚି ବଡ଼ ଜୋରରେ ପାଟି କରିବାରୁ ହାତୀଟି ଜଙ୍ଗଲ ଆଡକୁ ଦୌଡ଼ିଥିଲା। ଝିଅକୁ ସେଠାରୁ ଉଦ୍ଧାର କରି ତାଙ୍କ ବାପା ନୀଳଗିରି ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି। ଆକ୍ରମଣରେ ଛାତ୍ରୀଙ୍କ ମୁଣ୍ଡ, ମୁହଁ, ପିଠି, ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବର ପାଇ କୁଲଡିହା ରେଞ୍ଜର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହି ଖବରପାଇ ବିଜେପି ନେତା ମନୋରଞ୍ଜନ ବେହେରା ଡାକ୍ତରଖାନାରେ ପହଞ୍ଚି ଛାତ୍ରୀଙ୍କ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି।
Powered by Froala Editor