ବିବାହ ବନ୍ଧନରେ କେକେଆର୍ ଟିମ୍ର ଷ୍ଟାର କ୍ରିକେଟର

କୋଲକତା ନାଇଟ୍ ରାଇଡର୍ସ ଟିମ୍ର ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଭେଙ୍କଟେଶଙ୍କ ସହିତ ତାଙ୍କ ନବବିବାହିତ ପତ୍ନୀ ଶ୍ରୁତି ବିବାହ ପୋଷାକ ପରିଧାନ ସହ ନଜର ଆସୁଛନ୍ତି।
ଉଭୟଙ୍କ ନିର୍ବନ୍ଧ ୨୦୨୩, ନଭେମ୍ବରରେ ହୋଇଥିଲା। ଆୟରଙ୍କ ବିବାହ ସମୟର କିଛି ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ଯେଉଁଥିରେ ଶୁଭେଚ୍ଛା ବର୍ଷା କରୁଛନ୍ତି ଫ୍ୟାନ୍ସ। ପରିବାରବର୍ଗ ଓ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଭେଙ୍କଟେଶ ଓ ଶ୍ରୁତି।
ତେବେ ଆଇପିଏଲ୍ ୨୦୨୪ରେ କେକେଆର ୱିନର ହେବାରେ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ସିଜିନ୍ରେ ସେ ୪ ଥର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାଛଡ଼ା ସେ ଫାଇନାଲ୍ ମ୍ୟାଚ୍ରେ ସନ୍ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ। ଭେଙ୍କଟେଶ ତାଙ୍କ କ୍ୟାରିୟରରେ ୨ଟି ୱାନ୍ଡେ ମ୍ୟାଚ୍ ଏବଂ ୯ଟି ଟି-୨୦ ମ୍ୟାଚ୍ରେ ଭାରତର ପ୍ରତିନିଧିତ଼୍ବ କରିଛନ୍ତି।
Powered by Froala Editor