NHAIର ବଡ଼ ନିଷ୍ପତ୍ତି : ଟୋଲ ଫି ୫ପ୍ରତିଶତ ବୃଦ୍ଧି

NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ସାରା ଦେଶରେ ଟୋଲ ଦର ବୃଦ୍ଧି କରିବା ନେଇ ନିଷ୍ପତ୍ତି ଶୁଣାଇଛି । ସମଗ୍ର ଦେଶରେ ଟୋଲ ଟାକ୍ସ ହାରାହାରି ୫ ପ୍ରତିଶତ ବୃଦ୍ଧି କରାଯିବ । ବର୍ତ୍ତମାନ ରାଜମାର୍ଗରେ ଯାତାୟତ କରୁଥିବା ଗାଡ଼ିଚାଳକମାନଙ୍କୁ ସୋମବାରଠାରୁ ଅଧିକ ପେମେଣ୍ଟ କରିବାକୁ ହେବ ।
ରାଜପଥ ବ୍ୟବହାରକାରୀ ଶୁଳ୍କର ବାର୍ଷିକ ସଂଶୋଧନ ଏପ୍ରିଲ ୧ରୁ ଲାଗୁ ହେବାର ଥିଲା। କିନ୍ତୁ ଲୋକସଭା ନିର୍ବାଚନ ହେତୁ ଏହି ବୃଦ୍ଧି ସ୍ଥଗିତ ରଖାଯାଇଥିଲା। NHAI ର ଜଣେ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି ଯେ ନୂତନ ଉପଭୋକ୍ତା ଫି ଜୁନ ୩ ୨୦୨୪ରୁ କାର୍ଯ୍ୟକାରୀ ହେବ।
ଅଧିକାରୀ କହିଛନ୍ତି ଯେ, ନୂଆ ୟୁଜରମାନଙ୍କ ପାଇଁ ଶୁଳ୍କ ଜୁନ୍ ୩ ତାରିଖରୁ ଲାଗୁ ହେବ । ଟୋଲ ଟାକ୍ସରେ ଏହି ପରିବର୍ତ୍ତନ ହୋଲସେଲ ପ୍ରାଇସ ଇଣ୍ଡେକ୍ସ ଆଧାରିତ ମୁଦ୍ରାସ୍ଫିତୀ ସହ ଜଡ଼ିତ ଦରକୁ ସଂଶୋଧିତ କରିବାର ବାର୍ଷିକ ପ୍ରକ୍ରିୟାର ଏକ ଅଂଶ ।
ଜାତୀୟ ରାଜପଥ ନେଟୱାର୍କରେ ପାଖାପାଖି ୮୫୫ୟୁଜର୍ ଫି ପ୍ଲାଜା ଅଛି । ଯେଉଁଥିରେ ଜାତୀୟ ରାଜପଥ ଶୁଳ୍କ (ମୂଲ୍ୟ ନିର୍ଣ୍ଣୟ ଏବଂ ସଂଗ୍ରହ) ନିୟମ, ୨୦୦୮ଅନୁଯାୟୀ ଉପଭୋକ୍ତା ଶୁଳ୍କ ଆଦାୟ କରାଯାଏ। ଏଥିମଧ୍ୟରୁ ପ୍ରାୟ ୬୭୫ଟି ଜନସାଧାରଣଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଫି ପ୍ଲାଜା ଏବଂ ୧୮୦ ଟି କନ୍ସେସ ଦ୍ୱାରା ପରିଚାଳିତ।
Powered by Froala Editor