ରବିନାଙ୍କ ନାଁରେ ମାମଲା, ମଦ ପିଇ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏବଂ ତାଙ୍କ ଡ୍ରାଇଭରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ସୋଶାଲ ମିଡ଼ିଆରେ ଘଟଣା ସମୟର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ରାସ୍ତାରେ ଜଣେ ମହିଳା ଏବଂ ତାଙ୍କ ପରିବାରବର୍ଗଙ୍କୁ ରବିନା ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ବାନ୍ଦ୍ରା ସ୍ଥିତ ରିଜଭି ଆଇନ ମହାବିଦ୍ୟାଳୟ ନିକଟରେ ଘଟିଛି। ମହିଳାଙ୍କ ପୁଅ ମହମ୍ମଦ ଅଭିଯୋଗ କରିଛନ୍ତି ଯେ, ରବିନା ଟଣ୍ଡନ ମଦ୍ୟପାନ କରି ତାଙ୍କ ମାଆ ଏବଂ ଭାଣିଜିଙ୍କୁ ଆକ୍ରମଣ କରିଥିଲେ। ରବିନାଙ୍କ କାର୍ ତାଙ୍କ ମାଆଙ୍କୁ ଧକ୍କା ଦେଇଥିଲା। ସେ ଏହାର ପ୍ରତିବାଦ କରିବାରୁ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଗାଳି-ଗୁଲଜ କରି ଆକ୍ରମଣ କରିଥିଲେ।
ଅନ୍ୟପକ୍ଷରେ ଭାଇରାଲ ଭିଡିଓରେ ରବିନା ଲୋକଙ୍କୁ ଗହଳି ନ କରିବା ସହ ତାଙ୍କ କଥା ଶୁଣିବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ଜଣେ ମହିଳା ମୋତେ ମାଡ଼ ମାରିଛ ବୋଲି ରବିନାଙ୍କୁ କହୁଛନ୍ତି। ମହିଳାଙ୍କ ପୁଅ ମଧ୍ୟ ରବିନାଙ୍କୁ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିଥିବା ଶୁଣିବାକୁ ମିଳୁଛି। ଭିଡିଓରେ ମଧ୍ୟ କିଛି ଲୋକ ରବିନାଙ୍କୁ ଟଣା-ଓଟରା କରୁଥିବା ଦେଖିବାକୁ ମିଳୁଛି। ତେବେ ଥାନାରେ ଏନେଇ ଅଭିଯୋଗ ହୋଇଛି। ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ରବିନାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ ସେମାନଙ୍କ କଥା ଶୁଣୁନାହିଁ। ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ସତ୍ୟାସତ୍ୟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି ।
Powered by Froala Editor