'ହମାରେ ବାରାହ' ଡାଏଲଗକୁ ନେଇ ବିବାଦ, ହଟିଲା ଟ୍ରେଲର
ଫିଲ୍ମ ହମାରେ ବାରାହକୁ ନେଇ ବିବାଦ ବଢି ଚାଲିଛି । ଯେଉଁଥିପାଇଁ ଏହାର ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ଭିତରେ ହିଁ ହଟାଇ ଦିଆଯାଇଛି । ଗତ ଗୁରୁବାର ସନ୍ଧ୍ୟାରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । କିନ୍ତୁ ୨୪ ଘଣ୍ଟା ପରେ ଏହାକୁ ହଟାଇ ଦିଆଯାଇଛି । ଏହି ଟ୍ରେଲରକୁ କେବଳ ଫିଲ୍ମର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ରିଲିଜ୍ କରାଯାଇଥିଲା । କିନ୍ତୁ ବିବାଦ ଯୋଗୁ ତାକୁ ଡିଲିଟ୍ କରାଯାଇଛି ।
ଟ୍ରେଲରରେ ଅନ୍ନୁ କପୁରଙ୍କୁ ଅତ୍ୟନ୍ତ ନିର୍ଦ୍ଦୟୀ ଚରିତ୍ର ରୂପେ ପ୍ରଦର୍ଶନ କରାଯାଇଛି । ଫିଲ୍ମରେ ତାଙ୍କର ୧୨ ସନ୍ତାନ ଅଛନ୍ତି । ପତ୍ନୀଙ୍କ ସହ ଜୋର ଜବରଦସ୍ତି କରି ସେ ସନ୍ତାନ ଜନ୍ମ କରାଇଛନ୍ତି । ତେବେ ପୁଣି ଥରେ ତାଙ୍କ ପତ୍ନୀ ଗର୍ଭବତୀ ହୋଇଛନ୍ତି । କିନ୍ତୁ ଏଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କର ଗର୍ଭପାତ ଜରୁରି ହୋଇଛି । କିନ୍ତୁ ଅନ୍ନୁଙ୍କ ଚରିତ୍ର ଏ ଘଟଣାକୁ ଧର୍ମ-ବିରୋଧୀ ବୋଲି ମନେ କରିଛନ୍ତି । ଏହିଠାରୁ ତାଙ୍କ ଘରର ଝିଅମାନେ ନିଜ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଛନ୍ତି । ଲଢ଼େଇରେ ପରିବାର ସହିତ ସମାଜ ଉପରେ ମଧ୍ୟ ବଡ଼ ପ୍ରଭାବ ରହିଛି ।
ତେବେ ଟିଜର୍ ରିଲିଜ୍ ପରେ ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଫିଲ୍ମର ଜଣେ ଚରିତ୍ର ମହିଳାଙ୍କୁ ସାଲୱାର୍ ଡୋରି ସହ ତୁଳନା କରୁଥିବା ନଜର ଆସିଥିଲେ । ସେ ମହିଳାଙ୍କୁ ପୁରୁଷଙ୍କ ପାଇଁ ଚାଷର ସାମଗ୍ରୀ ବୋଲି କହୁଥିଲେ । ଏଭଳି ଡାଏଲଗ୍ ଶୁଣି ଦର୍ଶକ କ୍ରୋଧିତ ହେଲେ, ତା’ପରେ ଫିଲ୍ମକୁ ବିରୋଧ କରାଗଲା । ଯେଉଁଥିପାଇଁ ଏହାର ଟ୍ରେଲର ରିଲିଜ ହେବାର ୨୪ ଘଣ୍ଟା ଭିତରେ ହିଁ ହଟାଇ ଦିଆଯାଇଛି । ଏହାକୁ ନେଇ ଫିଲ୍ମ ନିର୍ମାତା କିମ୍ବା କଳାକାରଙ୍କ ତରଫରୁ କୌଣସି ବୟାନ ଆସିନାହିଁ ।
Powered by Froala Editor