ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିଲେ ଗାଡ଼ି ଫୋନ ହେବ ଜବତ, ମୁକୁଳେଇବେ କୋର୍ଟରୁ
ଭୁବନେଶ୍ୱର: ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ୟ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ କୋର୍ଟ ଚାଲାଣ କରାଯାଉଛି, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି। କିନ୍ତୁ ପୂରା ସାବାଡ଼ ହେଉନାହାନ୍ତି ରୋଡ୍ ରୋମିଓ। ଗାଡ଼ି ଚଳାଇବା ବେଳେ ଫୋନ୍ରେ ଗପୁଥିବାରୁ ଦୁର୍ଘଟଣା ଘଟୁଛି। ତେଣୁ କମିଶନରେଟ ପୋଲିସ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂଆ କଟକଣା ଲାଗୁ କରିବାକୁ ଯୋଜନା କରିଛି। ଗାଡ଼ି ଚଳାଇବା ବେଳେ କେହି ମୋବାଇଲରେ ଗପିଲେ ଗାଡ଼ି ଫୋନ ଜବତ କରାଯିବ। ଆଉ କୋର୍ଟରୁ ଗାଡ଼ି ଏବଂ ମୋବାଇଲ ମୁକୁଳାଇବା ପାଇଁ ପଡ଼ିବ।
Powered by Froala Editor