ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ୭ରୁ ଆବେଦନ
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲ www.samsodisha.gov.inରେ ଆବେଦନ କରିପାରିବେ।
ସୂଚନାଯୋଗ୍ୟ, ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ପାଇଁ ରାଜ୍ୟର ମୋଟ ୨,୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୨୫,୪୬୫ ସିଟ୍ ରହିଛି। ସେଥିମଧ୍ୟରୁ କଳାରେ ୨,୯୪,୮୪୦, ବିଜ୍ଞାନରେ ୧,୬୬,୯୨୯, ବାଣିଜ୍ୟରେ ୪୦,୧୦୪, ଧନ୍ଦାମୂଳକ ଶିକ୍ଷାରେ ୧୦,୫୦୪ ଏବଂ ସଂସ୍କୃତରେ ୧୩,୦୮୮ ସିଟ୍ ଉପଲବ୍ଧ ରହିଛି।
Powered by Froala Editor