ସିରିଜ୍ ଦୁର୍ଘଟଣାରେ ୩ ଆହତ
ଭୁବନେଶ୍ବର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ୨ଟି କାର୍କୁ ପଛରୁ ଧକ୍କା ଦେଲା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୩ ଜଣ ସାମାନ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ବାଣୀବିହାରରୁ ରସୁଲଗଡ଼ ରାସ୍ତା ଜାମ୍ ହୋଇଯାଇଥିଲା ।
ସୂଚନା ଅନୁସାରେ, ସତସଙ୍ଗବିହାର ସମ୍ମୁଖ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ, ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ଗୁଡିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା ।
Powered by Froala Editor