ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଘଟିଛି ଅଭାବନୀୟ ଅଘଟଣ। ମୃତ ଯୁବତୀଙ୍କ ଘର ଚଣ୍ଡୀଗଡ଼ । କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ ଉକ୍ତ ଯୁବତୀ ଜଣଙ୍କ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି। ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି। ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୁଲିସ।
Powered by Froala Editor