ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥାଇ ପାରେ ନଚେତ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହାତୀଟିର କିପରି ମୃତ୍ୟୁ ଘଟିଥିଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ବନ ବିଭାଗ ଘଟଣାର ତଦନ୍ତ କରୁଛି।
Powered by Froala Editor