ପ୍ରଶାନ୍ତ ଜଗଦେବଙ୍କୁ ନିସର୍ତ୍ତ ଖଲାସ କରିବାକୁ ଦାବି

ଭୁବନେଶ୍ୱର: ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ଜୋରଦାର ବିରୋଧ କରାଯାଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଅଭିଯୋଗରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଶତାଧିକ ବିଜେପି କର୍ମୀ। ବିଜେପି କର୍ମୀମାନେ ପ୍ରଶାନ୍ତ ଜଗଦେବଙ୍କୁ ନିସର୍ତ୍ତ ଖଲାସ କରିବାକୁ ଦାବି କରିଛନ୍ତି। ବିନା ସିସିଟିଭି ଫୁଟେଜ୍ ଯାଞ୍ଚରେ କାହିଁକି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଗଲା? ଶୀଘ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଛାଡ଼ି ଦେଉ ବୋଲି ଦାବି ହୋଇଛି।
ଏହି ଆନ୍ଦୋଳନରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।
Powered by Froala Editor