ପିମ୍ପୁଡ଼ି ଆପଣଙ୍କୁ କରିବ କୋଟିପତି
ପ୍ରାୟ ସମୟରେ ଆମେ ପିମ୍ପୁଡ଼ି ମାନଙ୍କ ପ୍ରତି ଧ୍ୟାନ ଦେଇନଥାନ୍ତି । ସେମାନଙ୍କୁ ପାଦତଳେ ମାଡ଼ି ଦେଇଥାନ୍ତି । କାମୁଡ଼ି ଦେଉଥିବା ଜୀବ ଭାବି ସେମାନଙ୍କୁ ଏଡ଼ାଇ ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି ପିମ୍ପୁଡ଼ିମାନେ ଭିକାରୀକୁ ମଧ୍ୟ କୋଟିପତି କରିଦେଇ ପାରନ୍ତି । କୋଟିପତିଙ୍କୁ ବି ଭିକାରୀ କରାଇ ଦେଇପାରନ୍ତି । ପିମ୍ପୁଡିମାନେ ଅନେକ କଥା ଗୁଡ଼ିକର ପୂର୍ବାନୁମାନ କରନ୍ତି । ଯଦି ଆପଣଙ୍କ ଗୃହରେ ହଠାତ କିଛି ପିମ୍ପୁଡି ଦେଖାଦିଅନ୍ତି ସେ ରୋଷେଇ ଘର ହେଉ କିମ୍ବା ଅନ୍ୟ ଜାଗାରେ ତାହା ଅନେକ ସଙ୍କେତ ଦେଇଥାଏ । ଏହା ପରିଣାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଥିସହ ଧ୍ୟାନ ଦେବା ଉଚିତ ଯେ, କେଉଁ ରଙ୍ଗର ପିମ୍ପୁଡି । କଳା ରଙ୍ଗର ନା ନାଲି ରଙ୍ଗର । କାରଣ ରଙ୍ଗ ଅନୁଯାୟୀ ଏମାନେ ଭିନ୍ନ ଭିନ୍ନ ସଙ୍କେତ ଆମମାନଙ୍କୁ ଦେଇଥାନ୍ତି । ତେବେ ଜାଣିବା ପିମ୍ପୁଡି ଆମଙ୍କୁ କିପରି କୋଟିପତି କରିଥାଏ । ଆଉ ପିମ୍ପୁଡି ଆମକୁ କେଉଁ ପ୍ରକାର ସଙ୍କେତ ସବୁ ଦେଇଥାଏ ।
ଘରେ ନାଲି ପିମ୍ପୁଡି ହେଲେ : ଯଦି ପିମ୍ପୁଡି ନାଲି ରଙ୍ଗର ହୋଇଥାଏ । ତାହା ପୁଣି ଗୋଟିଏ ଜାଗାରୁ ହଠାତ ବାହାରୁ ଥାଏ । ସେ ରୋଷେଇ ଘର ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରୁ ହେଉ ନା କାହିଁକି ତେବେ ଜାଣିନିଅନ୍ତୁ ସେ ଘରକୁ କରଜ ନେଇ ଆସିଅଛି । ସେ ଏହା ସଙ୍କେତ ଦେଇଥାଏ କି ଆପଣ ଉପରେ କିଛି ସଙ୍କଟ ଆସିବାକୁ ଯାଉଛି । ଆପଣ କିଛି ଧାର କରଜ କରିପାରନ୍ତି । କିନ୍ତୁ ପ୍ରାୟ ସମୟରେ ଦେଖାଯାଏ କି ଘରକୁ ନାଲି ରଙ୍ଗର ପିମ୍ପୁଡି ଆସିଲେ ଲୋକମାନେ ତାଙ୍କୁ ହାତରେ ହେଉ କି ଗୋଡ଼ରେ ମଳି ଦେଇ ମାରିଦେଇଥାନ୍ତି । ଏପରି କରିବା ଅନୁଚିତ । ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଦୁଇଟି ଉପାୟ କରିପାରିବେ । ଗୋଟିଏ ଲେମ୍ବୁକୁ ଦୁଇ ଫାଳ କରି ପିମ୍ପୁଡି ବାହାରୁ ଥିବା ସ୍ଥାନରେ ରଖିଦିଅନ୍ତୁ । ପିମ୍ପୁଡିମାନେ ଆପେ ଆପେ ଘରୁ ବାହାରିଯିବେ । ଏହା ସହିତ ଘରୁ ନକରାତ୍ମକ ଉର୍ଜା ମଧ୍ୟ ଦୂର ହୋଇଯିବ । ଦ୍ୱିତୀୟ ଉପାୟ ହେଲା ଆପଣ କିଛି ଚିନି ଘରର ବାହାରେ କୌଣସି ଏକ ସ୍ଥାନରେ ରଖିଦେଇ ଆସନ୍ତୁ ଏହାଦ୍ୱାରା ମଧ୍ୟ ଆପଣଙ୍କ ଅଶୁଭ ସମୟ ଚାଲିଯିବ । ଘରକୁ ପିମ୍ପୁଡ଼ି ଆସିବେ ନାହିଁ ।
ଘରେ କଳା ପିମ୍ପୁଡ଼ି ହେଲେ : ଘରେ କଳା ପିମ୍ପୁଡି ଦେଖାଗଲେ ଏହାକୁ ଶୁଭ ବିଚାର କରାଯାଇଥାଏ । ଏହା ଆପଣଙ୍କ ଗୃହର ସୁଖ ସମ୍ବୃଦ୍ଧିକୁ ବଢ଼ାଇଥାଏ । ଯଦି ଆପଣ କେବେ ଦେଖନ୍ତି କି କଳା ପିମ୍ପୁଡ଼ି ହୋଇଥିବେ ଓ ସେମାନେ ଧାଡ଼ି ବାନ୍ଧି ମୁହଁରେ କିଛି ଖାଦ୍ୟ ନେଇ ଯାଉଥିବେ । ନହେଲେ ତାଙ୍କ ଅଣ୍ଡା ନେଇ ଯାଉଥିବେ । ଏହା ଆପଣଙ୍କ ଧନ ବୃଦ୍ଧିର ସଙ୍କେତ ଦେଇଥାଏ । ଆପଣଙ୍କ ସମସ୍ତ ମନସ୍କାମନା ଶୀଘ୍ର ପୂରଣ ହେବାକୁ ଯାଉଛି । ଜୀବନରେ ବହୁ ଦିନରୁ ଲାଗି ରହିଥିବା ଦୁଃଖ ଓ ସଙ୍କଟ ମଧ୍ୟ ଦୂର ହେବାକୁ ଯାଉଛି । ଯାହାକି ଏହି ଶୁଭ ଖବର ପ୍ରଥମେ ଘରକୁ କଳା ପିମ୍ପୁଡ଼ି ଆଣିକି ଆସିଥାନ୍ତି । ଯଦି କେବେବି ଆପଣ ଏପରି ଭାବେ କଳା ପିମ୍ପୁଡ଼ିକୁ ଦେଖନ୍ତି ତ ସୁଖି ହୋଇଯାଆନ୍ତୁ । କାରଣ ଆପଣଙ୍କ ଘରକୁ ଖୁବଶୀଘ୍ର ଶୁଭ ଖବର ଆସିବ । ଏହା ସହିତ ସେହି ପିମ୍ପୁଡିମାନଙ୍କୁ ଅଟା ଚିନି କିମ୍ବା ତାଙ୍କ ପାଖରେ ୩ରୁ ୪ ଠୋପା ପାଣି ମଧ୍ୟ ରଖନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ଶୀଘ୍ର ପୂରଣ ହେବ ।
Powered by Froala Editor