ଲଣ୍ଡନରେ କଟ୍ରିନାଙ୍କ ପ୍ରସବ ଖବରକୁ ଖଣ୍ଡନ କଲେ ପିଆର୍ ଟିମ୍
ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭଳି କଟ୍ରିନାଙ୍କ କୈଫଙ୍କର ମଧ୍ୟ ଲଣ୍ଡନରେ ହେବ ପ୍ରସବ। କଟ୍ରିନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତା ତଥା ସ୍ବାମୀ ବିକି କୌଶଲଙ୍କ ସହ କଟ୍ରିନା ଲଣ୍ଡନ ଯାଇଥିବା ବେଳେ ଦୁହିଁଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଦୁହେଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ କଟ୍ରିନା ପିନ୍ଧିଥିବା ପୋଷାକ ଦେଖି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରିଥିଲେ ଲୋକେ।
ବିକ୍କି କ୍ୟାଟ୍ରିନାଙ୍କ ହାତ ଧରିଥିଲେ। ଅଭିନେତ୍ରୀ ନିଜର ବେବି ବମ୍ପ ଲୁଚାଇଥିଲେ। ରିପୋର୍ଟ ମୁତାବକ, କ୍ୟାଟ୍ରିନା ୟୁକେରେ ବଡ଼ ହୋଇଥିବା ଯୋଗୁ ସେଠାରେ ହିଁ ସେ ସନ୍ତାନକୁ ଜନ୍ମ ଦେବେ। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ବହୁତ ଖୁସି ହେବା ସହ ଶୁଭେଚ୍ଛା ଦେବା ଆରମ୍ଭ କରିଥିଲେ। ହେଲେ କଟ୍ରିନାଙ୍କ ପିଆର ଟିମ୍ ଏବେ ଏହି ଖବରକୁ ଖାରଜ କରିଛନ୍ତି।
କଟ୍ରିନା ଗର୍ଭବତୀ ନାହାନ୍ତି ଏବଂ ଲଣ୍ଡନରେ ତାଙ୍କର ପ୍ରସବ ହେବ ନାହିଁ। ବିକିଙ୍କ ଜନ୍ମଦିନ ପାଳନ କରିବାକୁ ଦୁହେଁ ଲଣ୍ଡନରେ ଅଛନ୍ତି। ପ୍ରସବ ପାଇଁ ନୁହେଁ ବୋଲି ତାଙ୍କ ପିଆର ଟିମ୍ ସ୍ପଷ୍ଟ କରିଛି। ତେବେ ଏକଥା କେତେ ସତ ତାହା ସମୟ ଆସିଲେ ଜଣାପଡିବ ବୋଲି ୟୁଜର୍ସ କହିଛନ୍ତି ।
Powered by Froala Editor