ମ୍ୟାଚ୍ ପରେ ଶାହାରୁଖଙ୍କୁ ଡିହାଇଡ୍ରେଶନ

ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି।
କେଡି ହସ୍ପିଟାଲର ଡାକ୍ତରମାନଙ୍କ କହିବା ଅନୁଯାୟୀ, ଶାହରୁଖ ଖାନ ଡିହାଇଡ୍ରେସନ ବା ନିର୍ଜଳିକରଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମଙ୍ଗଳବାର କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଶାହରୁଖ ଦୁଇ ଦିନ ତଳେ ଅହମଦାବାଦ ଆସିଥିଲେ। ମଙ୍ଗଳବାର ଅଭିନେତାଙ୍କୁ ଡିହାଇଡ୍ରେଶନ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ସକାଳେ ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୧ଟାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବିଶ୍ରାମ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି।
ପ୍ରକାଶ ଯେ, ବର୍ତ୍ତମାନ ଭାରତର ଅନେକ ସହର ଭଳି ଅହମ୍ମଦାବାଦରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏଠାରେ ଦିନରେ ୪୫ଡିଗ୍ରୀ ତାପମାତ୍ରା ରହୁଛି। ଏହାକୁ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ୍ ଜାରି କରିଛି।
Powered by Froala Editor