ମୋ ପରିବାରକୁ ବଡ଼ ଉପହାର ଦେଇଛି ଯୋଗ: କଙ୍ଗନା

ଯୋଗ ଦ୍ୱାରା ଶରୀର ନିରୋଗ ରୁହେ । ବଡ଼ ବଡ଼ ରୋଗକୁ ମଧ୍ୟ ଦୂରେଇ ରଖେ । ଏଭଳି କହିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । କାହିଁକି ନା, ତାଙ୍କ ମା’ ଯୋଗ ବଳରେ ରୋଗରୁ ମୁକ୍ତ ହୋଇଛନ୍ତି । କଙ୍ଗନା କହିଛନ୍ତି ଯେ, "ମା'ଙ୍କର ମଧୁମେହ, ଥାଇରଏଡ ଓ ହାଇ ଲେଭଲ କୋଲେଷ୍ଟ୍ରୋଲ ବାହାରିଥିଲା। ଡାକ୍ତର ମା'ଙ୍କ ଓପନ ହାର୍ଟ ସର୍ଜରୀ କରିବାକୁ କହିଥିଲେ କାରଣ ହାର୍ଟ ବ୍ଳକେଜ ହେବାର ସମ୍ଭାବନା ଥିଲା। ସେତେବେଳେ ମୁଁ ମା'ଙ୍କୁ କାନ୍ଦି କାନ୍ଦି ତାଙ୍କ ଜୀବନର ୨ ମାସ ଦେବାକୁ କହିଥିଲି। କାରଣ ମୁଁ ଚାହୁଁନଥିଲି ତାଙ୍କର ଓପନ ହାର୍ଟ ସର୍ଜରୀ ହେଉ। ମା' ମୋ ଉପରେ ଭରସା କରିଥିଲେ ଓ ଶେଷରେ ମୁଁ ମୋ ପ୍ରଚେଷ୍ଟାରେ ସଫଳ ହୋଇଥିଲି। ଆଜି ମା'ଙ୍କୁ କୌଣସି ଔଷଧ ଖାଇବାକୁ ପଡୁନି। ତାଙ୍କୁ କୌଣସି ରୋଗ ନାହିଁ। ପରିବାରରେ ସେ ସମସ୍ତଙ୍କ ଠାରୁ ସୁସ୍ଥ ଏବଂ ଫିଟ। ଅଧିକ କାମ ପାଇଁ ବାପାଙ୍କର ଆଣ୍ଠୁ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ସେତେବେଳେ ମୋତେ ମଉକା ମିଳିଥିଲା ବାପାଙ୍କୁ ଯୋଗାଭ୍ୟାସ କରାଇବାକୁ। ବାପା ଏବେ ଜଗିଂଗ ମଧ୍ୟ କରୁଛନ୍ତି। ଆଜି ମୁଁ ଗର୍ବର ସହ କହିପାରିବି ଯେ ମୁଁ ମୋ ପରିବାରକୁ ଯେଉଁ ସବୁଠାରୁ ବଡ ଉପହାର ଦେଇଛି ତାହା ହେଲା ଯୋଗ।"
କଙ୍ଗନା ରାନାୱତ କହିଛନ୍ତି ଯେ, ମୁଁ ଖୁସି ଯେ ମୁଁ ଯୋଗକୁ ମୋ ପରିବାରକୁ ଉପହାର ସ୍ୱରୂପ ଦେଇଛି । ଏକ ଖୁସି ପରିବାରକୁ କଠିନ ପରିଶ୍ରମ କରିବାକୁ ପଡିବ।
Powered by Froala Editor