ନାଗରିକତ୍ୱ ମିଳିବା ପରେ ପ୍ରଥମ ଥର ଭୋଟ୍ ଦେଲେ ଅକ୍ଷୟ
ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ ପର୍ଯ୍ୟାୟ ଭୋଟିଂ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ରାଜନାଥ ସିଂ, ସ୍ମୃତି ଇରାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ।
ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ମୁମ୍ବାଇ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ନିକଟରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଏହା ଅକ୍ଷୟଙ୍କ ପ୍ରଥମ ଭୋଟ୍। ଅକ୍ଷୟ ପୂର୍ବରୁ କାନାଡାର ନାଗରିକ ଥିଲେ। ଭୋଟ୍ ଦେବା ପରେ ଅକ୍ଷୟ କହିଛନ୍ତି, 'ମୁଁ ଚାହୁଁଛି ମୋର ଭାରତ ବିକଶିତ ଏବଂ ଶକ୍ତିଶାଳୀ ହେଉ। ଏହାକୁ ଦୃଷ୍ଟିରେ ରଖି ମୁଁ ଭୋଟ୍ ଦେଇଛି। ଭାରତ ପାଇଁ ଯାହାକୁ ଠିକ୍ ଲାଗୁଛି, ସେ ଭୋଟ୍ ଦେବା ଉଚିତ୍ ... ମୁଁ ଭାବୁଛି ଭୋଟ୍ ପ୍ରତିଶତ ଭଲ ହେବ।'
ସେହିପରି ରାଜକୁମାର ରାଓ ଠାରୁ ଆରମ୍ଭ କରି ଜାନଭୀ କପୁର, ଫରହାନ ଅଖତର, ସାନ୍ୟା ମଲହୋତ୍ରା ପର୍ଯ୍ୟନ୍ତ ସମସ୍ତେ ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଫରାହାନ ଅଖତର ନିଜ ପରିବାର ସହ ମିଶି ମୁମ୍ବାଇ ବାନ୍ଦ୍ରା ସ୍ଥିତ ମାଉଣ୍ଟ ମେରୀ କନ୍ଭେଣ୍ଟ ସ୍କୁଲରେ ଭୋଟ୍ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସାହିଦ କପୁର ମଧ୍ୟ ଭୋଟ୍ ଦେବା ପରେ ସେଲ୍ଫି ଉଠାଇ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଅନ୍ୟପଟେ ବଲିଉଡର ବର୍ଷିଆନ୍ ଅଭିନେତା ପରେଶ ରାଓ୍ୱଲ ମଧ୍ୟ ଭୋଟ୍ ଦେଇଛନ୍ତି।
Powered by Froala Editor