ମୁମ୍ୱାଇ ହୋର୍ଡିଂ ଭାଙ୍ଗିବା ଦୁର୍ଘଟଣାରେ କାର୍ତ୍ତିକଙ୍କ ମାମୁଁ-ମାଇଁଙ୍କ ମୃତ୍ୟୁ
ମୁମ୍ୱାଇର ଘାଟକୋପରରେ ୧୩ ମେ'ରେ ବଡ଼ ଦୁର୍ଘଟଣା ହୋଇଥିଲା। ହଠାତ୍ ଆସିଥିବା ଧୂଳି ଝଡ଼ ଓ ପ୍ରବଳ ବର୍ଷାରେ ଘାଟକୋପରର ଛେଦା ନଗରରେ ଏକ ବଡ଼ ହୋର୍ଡିଂ ପେଟ୍ରୋଲ ପମ୍ପ ଉପରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୧୬ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ଖବର ଆସିଛି କି, ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମାମୁଁ -ମାଇଁ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ଦୁହିଁଙ୍କର ଜୀବନ ଚାଲି ଯାଇଥିଲା।
ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାସ୍ଥଳରୁ ଦୁଇଟି ଶବକୁ ବାହାର କରାଯାଇଥିଲା। ମୃତକ ଦୁହେଁ ଥିଲେ ରିଟାୟର୍ଡ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଜେନେରାଲ ମ୍ୟାନେଜର ମନୋଜ ଚନସୋରିଆ ଓ ତାଙ୍କର ପତ୍ନୀ ଅନୀତା। ଏହି ଦୁଇଜଣ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସଂପର୍କୀୟ ମାମୁଁ –ମାଇଁ ଥିଲେ।
ମନୋଜ ଚନସୋରିଆ ମୁମ୍ବାଇ ଏୟାର ଟ୍ରାଫିକ କଣ୍ଟ୍ରୋଲର ପଦରୁ ଅବସର ନେଇଥିଲେ। ମେ ୧୩ ରେ, ଅପରାହ୍ନ ପ୍ରାୟ ୪:୩୦ ସମୟରେ ଗାଡିରେ ପେଟ୍ରୋଲ ଭରିବା ପାଇଁ ଦୁହେଁ ମୁମ୍ବାଇର ପେଟ୍ରୋଲ ପମ୍ପରେ ଅଟକି ଥିଲେ । ଏହି ସମୟରେ ମୁମ୍ବାଇର ଘାଟକୋପରରେ ୨୫୦ ଟନ୍ ହୋର୍ଡିଂ ଖସିଯାଇଥିଲା। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ପ୍ରାୟ ୩ ଦିନ ପରେ ବୁଧବାର ରାତିରେ କାରରୁ ମୃତଦେହ ଉଦ୍ଧାର କରାଯାଇଥିଲା। କୁହାଯାଉଛି ଯେ ଦୁହେଁ ଭିସା ପାଇବା ପାଇଁ ମୁମ୍ବାଇ ଆସିଥିଲେ। ଦୁହେଁ ଆମେରିକାରେ ଯିବାକୁ ଚିନ୍ତା କରିଥିଲେ । କାର୍ତ୍ତିକ ଆର୍ଯ୍ୟନ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିଲେ।
Powered by Froala Editor