ପବିତ୍ରାଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଦେଲେ ଚନ୍ଦ୍ରକାନ୍ତ
ଫିଲ୍ମ ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଛନ୍ତି। ଅଳକାପୁର ବାସଭବନରୁ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ କିଛି ଦିନ ପୂର୍ବରୁ ଅଭିନେତା ଚନ୍ଦ୍ରକାନ୍ତଙ୍କ ପତ୍ନୀ ପବିତ୍ରା ଜୟରାମଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁର କିଛିଦିନ ପରେ ଜୀବନ ହାରିଛନ୍ତି ଅଭିନେତା । ଅଭିନେତା ତାଙ୍କ ପତ୍ନୀଙ୍କ ମୃତ୍ୟୁର କିଛିଦିନ ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଦୁଃଖଦ ପୋଷ୍ଟ ସେୟାର କରିଥିଲେ । ଏହି ପୋଷ୍ଟ ଦେଖିବା ପରେ ସମସ୍ତ ଫ୍ୟାନ୍ସ ନିରାଶ ହୋଇଥିଲେ ।
କୋ-ଆକ୍ଟର(ସହ କଳାକାର) ପବିତ୍ରା ଜୟରାମଙ୍କ ମୃତ୍ୟୁ ପରେ ଚନ୍ଦୁଙ୍କ ଆତ୍ମହତ୍ୟା ସମଗ୍ର ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, କିଛି ଦିନ ତଳେ ସଡ଼କ ଦୁର୍ଘଟଣାରେ ପବିତ୍ରା ଜୟରାମଙ୍କର ମୃତ୍ୟୁ ଘଟିଥିଲା। ପବିତ୍ରାଙ୍କ ମୃତ୍ୟୁକୁ ନେଇ ଚନ୍ଦୁ ଖୁବ୍ ଡିପ୍ରେସନରେ ରହୁଥିବା କୁହାଯାଉଛି। ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚନ୍ଦୁ ଏବଂ ପବିତ୍ରା ରିଲେସନସିପରେ ଥିବା କୁହାଯାଉଛି। ଉଭୟ ତ୍ରିନୟନୀ ସିରିଏଲରେ ଅଭିନୟ କରୁଥିଲେ।
Powered by Froala Editor