କାହିଁକି ଜଳାଯାଏ ଭଗବାନଙ୍କ ପାଖରେ ଦୀପ ?
ଦୀପକୁ ଶୁଭ ମନାଯାଏ । ଭଗବାନଙ୍କୁ ପୂଜା କରିବା ବେଳେ ତାଙ୍କ ସାମ୍ନାରେ ସର୍ବଦା ଦୀପ ଜଳାଯାଏ । ଏପରିକି ତୁଳସୀ ଗଛ, ବେଲ ଗଛ, ବର ଗଛ ଇତ୍ୟାଦି ତଳେ ପ୍ରଦୀପ ଜଳାଯାଏ । ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ନିଜେ ପ୍ରଦୀପର ଆଲୋକରେ ଅଛନ୍ତି ଓ ଅଗ୍ନି ହେଉଛି ପଂଚଭୂତମାନଙ୍କ ମଧ୍ୟରୁ ଗୋଟିଏ । ଦୀପ ଜାଳିବା ଦ୍ୱରା ସମସ୍ତ ଅସୁବିଧା, ଦୁଃଖ ଓ ଅନ୍ଧକାର ଦୂର ହୋଇ ଜୀବନରେ ସୁଖ ଭରିଯାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଦେଶୀ ଘିଅ କିମ୍ବା ତେଲରେ ଦୀପ ଜାଳି ପ୍ରାର୍ଥନା କରିବା ଉଚିତ । ଏହା କରିବା ଦ୍ୱାରା ବାୟୁମଣ୍ଡଳରେ ସକରାତ୍ମକତା ଆଣିଥାଏ । ଅଜଣା ଭୟ ଲାଗୁଥିଲେ ପ୍ରତି ସୋମବାର ଓ ଶନିବାର ଦିନ ସୋରିଷ ତେଲର ଏକ ଦୀପ ଜାଳନ୍ତୁ । ଏଥିରେ ଉଭୟ ଭୟ ଓ ଶତ୍ରୁର ବିନାଶ ହୋଇଥାଏ । ବାଲଗୋପାଳଙ୍କ ସାମ୍ନାରେ ପ୍ରତିଦିନ ଦୀପ ଜାଳିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ଲାଗି ରହିଥାଏ । ରାହୁ-କେତୁଙ୍କ ଦୋଷରୁ ମୁକ୍ତିି ପାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ଘରେ ଦୀପ ଜାଳନ୍ତୁ । ଶନିବାର ଦିନ ସୋରିଷ ତେଲରେ ଦୀପ ଜାଳିବା ଦ୍ୱାରା ଶନିଙ୍କ କୋପରୁ ମୁକ୍ତି ମିଳିଥାଏ । ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ ସାତମୁଖୀ ଦୀପ ଜାଳିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ମା ସରସ୍ୱତୀଙ୍କ ସାମ୍ନାରେ ଦୁଇଟି ଦୀପ ଓ ବୁଧବାର ଦିନ ଗଣେଶଙ୍କ ସାମ୍ନାରେ ତିନିମୁଖୀ ଘିଅ ଦୀପ ଜାଳିବା ଦ୍ୱାରା ବୁଦ୍ଧି ତୀକ୍ଷ୍ଣ ହୋଇଥାଏ ଓ ଖାଦ୍ୟ ଶସ୍ୟ ବୃଦ୍ଧି ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରି ଏକ ଦୀପ ଜଳାଇଲେ ବହୁତ ଲାଭଦାୟକ ହୋଇଥାଏ ।
Powered by Froala Editor