କାଲିଠୁ ଦିନକୁ ୩ ଲକ୍ଷ ଟିକା
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ରାଜ୍ୟରେ ଟିକାକରଣ ଜୋର ଧରିବ । କେନ୍ଦ୍ର ସରକାରଙ୍କର ନୂତନ ଗାଇଡ଼ଲାଇନ ଅନୁଯାୟୀ ଟିକାକରଣ କରାଯିବ । ଉଭୟ ଅଫଲାଇନ ଓ ଅନଲାଇନରେ ଟିକାକରଣ ହେବାର ଥିବାବେଳେ ପ୍ରତିଦିନ ୩ ଲକ୍ଷ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଜୁନ ୨୧ରୁ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରିବେ । ପୂର୍ବରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ନାଗରିକଙ୍କୁ ମାଗଣା ଟିକା ଦିଆଯାଉଥିବାବେଳେ ସୋମବାର ଠାରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ପିଲାଙ୍କୁ ବି ଏଥିରେ ସାମିଲ କରାଯିବ ।
ପ୍ରତି ବ୍ଲକରେ ୫ଟି ଅଧିବେଶନରେ ଟିକା ଦିଆଯିବ । ସେହିପରି ଏନଏସିରେ ୫ଟି, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଅଧିବେଶନରେ ଟିକାକରଣକୁ ଜୋର କରାଯିବ । ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଓ ପୌର ପ୍ରଶାସନକୁ ନିଦେ୍ର୍ଧଶ ଦିଆଯାଇଛି ।
ସୂଚନାଯୋଗ୍ୟଯେ, ମେ’ ଓ ଜୁନରେ ଗ୍ରାମୀଣ ଭାରତରେ ୫୩% ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାକାଲି ଠାରୁ ଉଭୟ କେନ୍ଦ୍ର ପଠାଇଥିବା ଟିକା ଓ ରାଜ୍ୟ ସରକାର କିଣିଥିବା ଟିକା ପ୍ରଦାନ କରାଯିବ ।
Powered by Froala Editor