ରାକ୍ଷୀଙ୍କ ଗର୍ଭାଶୟରେ ଟ୍ୟୁମର, କର୍କଟ ଆଶଙ୍କା

ରାକ୍ଷୀ ସାଓ୍ୱନ୍ତଙ୍କ ଗର୍ଭାଶୟରେ ଏକ ଟ୍ୟୁମର ହୋଇଛି । ଏବେ ତାଙ୍କ ଅବସ୍ଥା ଠିକ୍ ନାହିଁ । ଡକ୍ଟର ଲଗାତର ଭାବେ ରାକ୍ଷୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ପୂର୍ବତନ ସ୍ୱାମୀ ରିତେଶ ରାଜ ସିଂହ। ଗର୍ଭାଶୟରେ ଟ୍ୟୁମର ହୋଇଥିବାରୁ ଡାକ୍ତର କର୍କଟ ହୋଇଥିବା ନେଇ ଆଶଙ୍କା କରୁଥିବା କହିଛନ୍ତି ରିତେଶ।
ରିତେଶ ଏକ ଘରୋଇ ନ୍ୟୁଜ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ରାକ୍ଷୀଙ୍କ ଛାତି ଏବଂ ପେଟରେ ଯନ୍ତ୍ରଣା ହେଉଛି । ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁରା ଟେଷ୍ଟ ପରେ ରାକ୍ଷୀଙ୍କ ଗର୍ଭାଶୟରେ ଏକ ଟ୍ୟୁମର ଥିବା ଜଣାପଡିଛି । ରାକ୍ଷୀଙ୍କୁ କ୍ୟାନସର ହୋଇଥିବା ସନ୍ଦେହ କରୁଛନ୍ତି ଡକ୍ଟର । ହେଲେ ଏବେ ଯାଏଁ କ୍ୟାନସର ନେଇ କୌଣସି ରିପୋର୍ଟ ଆସିନାହିଁ ।
ରାକ୍ଷୀଙ୍କ ଡାକ୍ତରଖାନା ବେଡରେ ଶୋଇଥିବାର ଫଟୋ ଭାଇରାଲ ହେବା ପରେ ସେ ନାଟକ କରୁଥିବା କହୁଥିଲେ ଲୋକେ । ଏହା ଉପରେ ପ୍ରତିକ୍ରିୟା ନେଇ ରିତେଶ କହିଛନ୍ତି ଯେ, “ଏହା ଥଟ୍ଟାର ବିଷୟ ନୁହେଁ। ରାକ୍ଷୀ ଗୁରୁତର ଅଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।”
ସେପଟେ ଡକ୍ଟର କହିଛନ୍ତି ଯେ, ଆମେ ରିପୋର୍ଟକୁ ଅପେକ୍ଷା କରିଛୁ । ରିପୋର୍ଟ ପରେ ରାକ୍ଷୀଙ୍କ ଚିକିତ୍ସା ନେଇ ପଦକ୍ଷେପ ନିଆଯିବ । ଏହାସହିତ ସର୍ଜରୀ ହେବ କି ନାହିଁ । ସେ ବିଷୟରେ ଚିନ୍ତା କରାଯିବ । ତେବେ ରାକ୍ଷୀଙ୍କ ମାଆ ଜୟା ସାଓ୍ୱନ୍ତଙ୍କ ବ୍ରେନ୍ ଟ୍ୟୁମର ଏବଂ କ୍ୟାନସର ହୋଇଥିଲା । ଗତ ବର୍ଷ ଜାନୁଆରୀ ମାସରେ ରାକ୍ଷୀଙ୍କ ମାଆଙ୍କର ପରଲୋକ ହୋଇଯାଇଥିଲା ।
Powered by Froala Editor