କାଞ୍ଜିପାଣି ଘାଟିରେ ଓଲଟିଲା ବସ୍

କେନ୍ଦୁଝର ଜିଲ୍ଲାର ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା ଘଟିଛି । ଏଥିରେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମା’ ନାମକ ଏହି ବେସରକାରୀ ବସ୍ କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି କାଞ୍ଜିପାଣି ଘାଟି ଓହ୍ଲାଇବା ସମୟରେ କୁସୁମ ଘାଟି ପରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ବ୍ରେକ୍ ଧରୁନି ବୋଲି ଡ୍ରାଇଭର କହିଥିଲେ। ତା’ ପରେ ବସ୍ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୮ ଆହତଙ୍କ ମଧ୍ୟରୁ ୧୬ ଜଣଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
Powered by Froala Editor