ବଢିଲା ଅନୁଭବ ପାଇଁ ଅଡୁଆ, ଗିରଫ ହୋଇପାରନ୍ତି ଅନୁଭବ

ଭୁବନେଶ୍ୱର:ବଢିଲା ଅଭିନେତାରୁ ନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ । ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି । କାରଣ ତାଙ୍କ ବିରୋଧରେ ଏନବିଡବ୍ଲୁ୍ୟ ଜାରି କରାଯାଇଛି । କଟକ ଜେଏମଏଫସି(ଏମପି, ଏମଏଲଏ) କୋର୍ଟ ପକ୍ଷରୁ ଏହି ଏନବିଡବ୍ଲୁ୍ୟ ଜାରି କରାଯାଇଛି ।
ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କୋର୍ଟ ଏନବିଡବ୍ଲୁ୍ୟ ଜାରି କରିଛନ୍ତି । ପୁରୀଘାଟ ଥାନାରେ ରୁଜୁ ମାମଲା ଆଧାରରେ ଏନବିଡବ୍ଲୁ୍ୟ ଜାରି କରାଯାଇଛି । ଅନୁଭବ ମହାନ୍ତି ଚାର୍ଜଫ୍ରେମ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ।
ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ କଟକ ଜେଏମଏଫସି(ଏମପି, ଏମଏଲଏ) କୋର୍ଟ ପକ୍ଷରୁ ଏହି ଏନବିଡବ୍ଲୁ୍ୟ ଜାରି କରାଯାଇଛି । ଆସନ୍ତା ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋଟ ନିଦେ୍ର୍ଧଶ ଦେଇଛନ୍ତି ।
ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଥିଲେ କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟ। ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଥିଲେ।
Powered by Froala Editor