ଆପଣମାନଙ୍କ ପ୍ରତିଟି ଭେଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଜି ପ୍ରଥମ ପର୍ୟ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ନିଜର ମୂଲ୍ୟବାନ ଭୋଟ ଦେଇ ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ନୂଆକରି ଭୋଟ ଦେଉଥିବା ଭୋଟରଙ୍କ ମନରେ ଅନେକ ଉତ୍ସାହ ରହିଛି। ତେବେ ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନଙ୍କ ପ୍ରତିଟି ଭେଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।
Powered by Froala Editor