ଇଭିଏମ ତ୍ରୁଟି, ୧୩୯ ନମ୍ବର ବୁଥରେ ଭୋଟ୍ ଦାନ ବିଳମ୍ବ

ଭୁବନେଶ୍ୱର: କୋରାପୁଟରେ ଇଭିଏମ ତ୍ରୁଟି । ଇଭିଏମରେ ଅସୁବିଧା ନେଇ ମତଦାନରେ ବିଳମ୍ବ । କୋରାପୁଟ ନିର୍ବାଚନ ମଣ୍ଡଳୀର ଆଦର୍ଶ ମତଦାନ କେନ୍ଦ୍ରର ୧୩୯ ନମ୍ବର ବୁଥରେ ଭୋଟ୍ ଦାନ ବିଳମ୍ବ । ମେସିନ୍ ଅଚଳ ଯୋଗୁଁ ଅନେକ ଲୋକ ଲାଇନରେ ଛିଡା ହୋଇଛନ୍ତି ।
ଇଭିଏମ ଅସୁବିଧା ନେଇ ଅନେକ ସ୍ଥାନରେ ମତଦାନରେ ବିଳମ୍ବ । କଳାହାଣ୍ଡି, ଭବାନୀପାଟ ୧୦୪, ୧୦୫ ଓ ୧୦୬ ନମ୍ବର ବୁଥ୍ରେ ମତଦାନ ଆରମ୍ଭ ହୋଇପାରି ନାହିଁ । ଲାଇନରେ ଛିଡା ହୋଇଥିବା ଭୋଟର ଅସନ୍ତୁଷ୍ଟ । ସେପଟେ ମାଲକାନଗିରି କୁମୁଟିଗୁଡା ୮୫ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ । ମତଦାନ ପାଇଁ ଅପେକ୍ଷା କରିଛନ୍ତି ଭୋଟର । ସେହିପରି ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମରେ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିବା ସୂଚନା ରହିଛି ।ବଙ୍ଗାଳି ପ୍ରାଥମିକ ବିଦ୍ୟାଳୟ ୬୩ ନମ୍ବର ବୁଥ୍ରୁ ଆସିଲା ଇଭିଏମ୍ ଖରାପ ।
Powered by Froala Editor