ହୀରାମଣ୍ଡି ସରିଗଲା, ହେଲେ ମୋ ବିବାହ ହେଲାନି : ସୋନାକ୍ଷୀ

ହୀରାମଣ୍ଡି : ଦ ଡାଏମଣ୍ଡ୍ ବଜାର'। ସଞ୍ଜୟଲୀଲା ଭଂସାଲିଙ୍କ ବହୁ ପ୍ରତିକ୍ଷୀତ ଏହି ଫିଲ୍ମ ଏବେ ଓଟିଟି ପ୍ଲାଟଫର୍ମରେ ଛାଇ ଗଲାଣି । ପ୍ରଥମରୁ ସେତେଟା ପ୍ରଶଂସା ସାଉଁଟି ନଥିବାବେଳେ ପରବର୍ତ୍ତୀ ସମୟରେ ଫିଲ୍ମର କ୍ରେଜ ବଢିବାରେ ଲାଗିଛି । ଏଥିରେ ମନୀଷା କୋଇରାଲା, ଅଦିତି ରାଓ ହୈଦରୀ, ରୁଚା ଚଡ୍ଢା, ସୋନାକ୍ଷୀ ସିହ୍ନା, ସଞ୍ଜୀଦା ଶେଖ ଏବଂ ଶର୍ମିନ୍ ସେହଗଲଙ୍କ ଭଳି ତାରକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ସଞ୍ଜୟ ଲୀଲା ଭଂସାଲୀଙ୍କ ୱେବ୍ ସିରିଜ୍ 'ହିରାମଣ୍ଡି: ଦ ଡାଏମଣ୍ଡ୍ ବଜାର' ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।
କପିଲ ଶର୍ମା ଏହି ଶୋ'ରେ ସୋନାକ୍ଷୀ ସିହ୍ନାଙ୍କୁ କହୁଛନ୍ତି, ଆଲିଆ ଭଟ୍ଟ ବିବାହ କରିଲେଣି, କିୟାରା ଆଡ୍ଭାନୀ ବିବାହ କଲେଣି, ଏହା ଶୁଣି ସୋନାକ୍ଷୀ ହସି ହସି ବେଦମ ହୋଇଯାଆନ୍ତି।ସୋନାକ୍ଷୀ କୁହନ୍ତି, 'ଆପଣ କ୍ଷତରେ ଲୁଣ ମିଶାଉଛନ୍ତି। ହିରାମଣ୍ଡି ମଧ୍ୟ ଶେଷ ହୋଇଗଲା କିନ୍ତୁ ମୋର ବିବାହ ହେଲାନି। ଶର୍ମିନ୍ ବିବାହ କରିସାରିଲେଣି।' ଏହା ପରେ ମନୀଷା କୋଇରାଲା କୁହନ୍ତି, 'ରୁଚା ମଧ୍ୟ ବିବାହ କରିସାରିଲେଣି ଏବଂ ବର୍ତ୍ତମାନ ସେ ଗର୍ଭବତୀ ଅଛନ୍ତି। କିନ୍ତୁ ମୁଁ ଏବେବି ସିଙ୍ଗଲ ଅଛି । '
Powered by Froala Editor