ପୱନଙ୍କ ପାଇଁ ଅଲ୍ଲୁଙ୍କ ଶୁଭେଚ୍ଛା : ‘ତୁମେ ଯେଉଁ ମାର୍ଗ ବାଛିଛ ସେଥିପାଇଁ ମୁଁ ସବୁବେଳେ ଗର୍ବିତ

ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଆହୁରି ରୋଚକ ହୋଇଥିଲା। ଏବେ ପୱନ କଲ୍ୟାଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ସମର୍ଥନ ମିଳିବା ଆରମ୍ଭ ହୋଇଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଟୁଇଟ୍ କରି ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି।
ପିଥାପୁରମ୍ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜନସେନା ପାର୍ଟି (ଜେଏସ୍ପି) ମୁଖ୍ୟ ପୱନ କଲ୍ୟାଣଙ୍କୁ ଅଲ୍ଲୁ ନିଜ ଏକ୍ସ’ ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ତାଙ୍କ ସମର୍ଥନ ପୱନ କଲ୍ୟାଣଙ୍କ ପ୍ରତି ରହିଥିବା ଅଲ୍ଲୁ କହିଛନ୍ତି।
ସେବାରେ ଉତ୍ସର୍ଗ କରିବାକୁ ପୱନ ତାଙ୍କ ଜୀବନକୁ ବାଛିଥିବା କହି ଏଥିପାଇଁ ପରିବାରର ଜଣେ ସଦସ୍ୟ ଭାବେ ସେ ଗର୍ବିତ ଥିବା ଅଲ୍ଲୁ ନିଜ ପୋଷ୍ଟରେ ଲେଖିଛନ୍ତି। ଏହା ସହ ପୱନଙ୍କ ଏହି ଯାତ୍ରାରେ ସର୍ବଦା ତାଙ୍କର ସମର୍ଥନ ରହିଛି ବୋଲି ଅଲ୍ଲୁ ପ୍ରକାଶ କରିଛନ୍ତି।
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପବନ କଲ୍ୟାଣଙ୍କୁ ଟ୍ୟାଗ୍ କରି ଏକ୍ସରେ ଲେଖିଛନ୍ତି, ‘ତୁମେ ଯେଉଁ ମାର୍ଗ ବାଛିଛ ସେଥିପାଇଁ ମୁଁ ସବୁବେଳେ ଗର୍ବିତ। ପରିବାରର ଜଣେ ସଦସ୍ୟ ହିସାବରେ ମୋର ସ୍ନେହ ଓ ସମର୍ଥନ ସବୁବେଳେ ତୁମ ସହିତ ରହିବ। ତୁମେ ଯାହା ଚାହୁଁଛ ତାହା ହାସଲ କରିବା ପାଇଁ ମୋର ଶୁଭେଚ୍ଛା।”
Powered by Froala Editor