Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦିଲ୍ଲୀରେ ପୁଣି ୫ଟି ସ୍କୁଲକୁ ବୋମା ପକାଇ ...

  • ୨୦୦ ଟଙ୍କାରୁ ଅଧିକ ହେବନି ସିନେମା ଟିକେଟ୍

  • ଗୁମ୍ଫାରୁ ଉଦ୍ଧାର ଋଷୀୟ ମହିଳାଙ୍କ ଗୁମର ...

  • ଦୁର୍ଘଟଣାରେ ବିଶ୍ଵର ସବୁଠୁ ବୟସ୍କ ...

  • ନ୍ୟୁଜର ସିଧା ପ୍ରସାରଣ ବେଳେ ଡ୍ରୋନ୍ ...

  • ଆମ ଦୁନିଆ ବଦଳି ଗଲା

  • ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ...

  • କୀଟପତଙ୍ଗଠାରୁ ସୁରକ୍ଷା ପାଇଁ ଘରୋଇ ...

  • ସ୍ଥଗିତ ରହିଲା ନିମିଶା ପ୍ରିୟାଙ୍କ ଫାଶୀ

  • ଅମରନାଥ ଯାତ୍ରା ସ୍ଥଗିତ

ରାଜନୀତି
Home ›› ରାଜନୀତି ››“ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ

“ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ

2024-05-10 07:26:45
15783
Share:
Facebook
Twitter
E-Mail
WhatsApp
Telegram
“ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା । ଓଡ଼ିଶାରେ ଦୀର୍ଘ ୨୫ବର୍ଷ ବିଜେଡି ସରକାରରେ ରହିଛି । ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ନମ୍ବରରେ ଅଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ ଅନୁସାରେ-ଦେଶର ୨୨ଟି ରାଜ୍ୟର ଦରିଦ୍ର ହାରକୁ ନିଖୁଣ ଭାବେ ବର୍ଣ୍ଣନା କରିଛି ଏବଂ ଓଡ଼ିଶାର ସ୍ଥାନ ହେଉଛି ୨୨ । ୪୩ ପ୍ରତିଶତ ଶିକ୍ଷିତ ଯୁବକ ଓ ଯୁବତୀ ବେରୋଜଗାର ଅଛନ୍ତି ଓ ଏମାନେ ଅନ୍ୟ ରାଜ୍ୟ (ସୁରତ, ହାଇଦ୍ରାବାଦ, ବାଙ୍ଗାଲୋର, କେରଳର ଇଟାଭାଟି)କୁ ଦାଦନ ଖଟିବାକୁ ଯାଉଛନ୍ତି । ବିଜେପି ସରକାର ଓଡ଼ିଶାରେ ଆସିଲା ପରେ “ସବୁ ହାତକୁ କାମ, ସବୁ କ୍ଷେତକୁ ପାଣି ଓ ସବୁ ମଣ୍ଡ ଉପରେ ଛାତ”ର ସଂକଳ୍ପର ପ୍ରତିଶୃତିକୁ ପୂରଣ କରିବ । ୨୦୨୯ସୁଦ୍ଧା ୧ କୋଟି ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବ । ବିଜେପି ସଂକଳ୍ପ ପତ୍ରର ଲକ୍ଷ୍ୟ ହେଉଛି ସମସ୍ତଙ୍କ କଲ୍ୟାଣ ଏବଂ ସାମଗ୍ରିକ ବିକାଶ ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା, ଦୁର୍ନୀତିର ମୂଳତ୍ପୋଟାନ, ଆଗାମୀ ଭବିଷ୍ୟତ ନିର୍ମାଣ, ମହିଳା ଓ ଯୁବବର୍ଗର ବିକାଶ, କୃଷକର ଆର୍ଥୀକ ଅଭିବୃଦ୍ଧି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ବିଜେପିର ସଂକଳ୍ପ ହେଉଛି, ବିକଶିତ ଓଡ଼ିଶା ଗଠନ । ଜଳ ଜୀବନ ମିଶନ ଅନ୍ତର୍ଗତ ଆଗାମୀ ଦିନରେ ଓଡ଼ିଶାରେ ୨୬ଲକ୍ଷ ଘର ପର୍ଯ୍ୟନ୍ତ ପାଇପ ଯୋଗେ ପାଣି ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଏହି ଯୋଜନା ଦ୍ୱାରା ଓଡିଶାକୁ ୧୦ହଜାର କୋଟି ଦେଲେ କିନ୍ତୁ ଆଜି ବି ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ । ଓଡ଼ିଶା ସରକାର ସକ୍ରିୟ ନୁହନ୍ତି । ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ଟଙ୍କା ଦେବାକୁ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ଲକ୍ଷ ଗ୍ରାମାଂଚଳ ଓ ୫ଲକ୍ଷ ସହରାଂଚଳରେ ଘର ତିଆରି କରାଯିବ । କିନ୍ତୁ ପୋଟାର୍ଲରେ ନାମ ଚଢ଼ାଇବା ପାଇଁ ନବୀନ ବାବୁ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ ଦେଲେ ନାହିଁ । ଏଥିପାଇଁ ଅର୍ଥ ବରାଦ କରିବାରେ ବିଳମ୍ବ ହେଲା । ଲୋକେ ଆବାସ ନପାଇ ଚାଳଘରରେ ରହୁଛନ୍ତି । ବିଜେପି ସରକାରକୁ ଆସିଲେ ସଂକଳ୍ପ ପତ୍ରରେ ଥିବା ସମସ୍ତ ପ୍ରତିଶୃତିକୁ ଅକ୍ଷର ଅକ୍ଷର ପାଳନ କରିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । 

ନବୀନ ବାବୁ ଭୋଟ ନେବା ପାଇଁ ରାଜଧାନୀର ବସ୍ତିମାନଙ୍କରେ ଜାଗାମିଶନର ହୋର୍ଡିଂ ଲଗାଇଛନ୍ତି କିନ୍ତୁ ଏଯାଏଁ ପଟ୍ଟା ଦେଇନାହାନ୍ତି । ବିଜେପି ସରକାରକୁ ଆସିଲେ ପ୍ରତି ପରିବାରକୁ ୬ଶହ ସ୍କୋୟାରଫୁଟର ଜମି ଯୋଗାଇଦେବ । ୪୦ ରୁ ୬୦ବର୍ଷର ବୁଣାକାର ପରିବାରକୁ ୩ହଜାର ଟଙ୍କା ଦିଆଯିବ ଓ ୬୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କୁ ୩,୫୦୦ ଦିଆଯିବ । ଆଦିବାସୀ ଭାଇଭଉଣୀଙ୍କ ପାଇଁ ୫୦୦କୋଟି ଟଙ୍କା ବିନିମୟରେ “ମୁଖ୍ୟମନ୍ତ୍ରୀ ଆରୋଗ୍ୟ ନିଧି” ଯୋଜନା କାର୍ଯ୍ୟକାରୀ କରାଯିବ । କୃଷି କଲ୍ୟାଣ ବିଜେପିର ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । 

ବିଜେପି ସରକାରକୁ ଆସିଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ଜଳଖିଆ ପାଇଁ ଆପୁର୍ତି ଯୋଜନା ଆରମ୍ଭ ହେବ । ମଧ୍ୟ, ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ । ସବୁ ଚିନିକଳ କାର୍ଯ୍ୟକ୍ଷମ କରାଯିବ ।ଅଢ଼େଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡ଼ିଶାକୁ ଆଣିବ । ବିଜେଡି ସରକାର ବନ୍ଦ କରିଥିବା ୩ଟି ଟେକ୍ସଟାଇଲ ମିଲ ଆଇ ୭ଟା ସ୍ପିନିଂ କାରଖାନାକୁ କାର୍ଯ୍ୟକ୍ଷମ କରାଯିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ । ବିଜେପି ସରକାରକୁ ଆସିଲେ ମାତୃଶକ୍ତି ଯୋଜନା ଆରମ୍ଭ କରିବ । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ “ସୁଗମ ଯୋଜନା” ଆରମ୍ଭ କରିବ । ଗର୍ଭବର୍ତୀ ମହିଳାଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରୀ କରିବୁ । ୧୮ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ଟଙ୍କା ଫେରି ପାଇବେ । କାର୍ଯ୍ୟରତ ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨ହଜାର ଓ ହେଲପରଙ୍କ ଦରମା ୮୦୦୦କୁ ବଢ଼ାଇବ । ସୁଭଦ୍ରା ଯୋଜନାରେ ୫୦ହଜାରର କ୍ୟାସ ଭାଉଚର ମହିଳାଙ୍କୁ ଦିଆଯିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

୨୦୧୬, ୨୦୧୮, ୨୦୨୨ରେ ମେକ୍ ଇନ୍ ଓଡ଼ିଶା ରାଜ୍ୟ ସରକାର କରିଥିଲେ, ଯାହା ପ୍ରହସନରେ ପରିଣତ ହୋଇଛି । ୨୦୧୬ ରେ ୨ଲକ୍ଷ ୩ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଓ କହିଥିଲେ ୧ଲକ୍ଷ ୪୦ହଜାର ଲୋକ ଚାକିରି ପାଇବେ । ୨୦୧୮ରେ ୪ଲକ୍ଷ୨୩ହଜାର କୋଟି ଟଙ୍କାର କମ୍ପାନୀ ସହ ଡିଲ୍ କଲେ ଏବଂ ୫ଲକ୍ଷ ୫୧ହଜାର ଚାକିରୀ ମିଳିବ । ମେକ୍ ଇନ ନାଁରେ ନବୀନ ବାବୁ ଓଡ଼ିଶାର ସରଳ ଲୋକଙ୍କୁ ଧକ୍କା ଦେଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଗଲେ, ରାଜ୍ୟରେ ବିଜେଡି ସରକାର ଏହାର ଜବାବ୍ ରଖୁନାହାନ୍ତି ।

 ଆଗାମୀ ପିଢ଼ିର ନିର୍ମାଣ ବିଜେପିର ଲକ୍ଷ୍ୟ । ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ବଡ ଭୂମିକା ରହିଛି । କିନ୍ତୁ ତାହାକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଏସ୍‌ଏଚଜି ମାଧ୍ୟମରେ ରାଜ୍ୟ ସରକାର ଭୂଆଁ ବୁଲାଉଛନ୍ତି । ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଯଦି ଦରଦ ଅଛି ତାହାଲେ ମହିଳାମାନଙ୍କୁ ଭୋଟ ବ୍ୟାଙ୍କ କରିବାରୁ ଦୂରେଇ ରୁହନ୍ତୁ । ମହିଳାଙ୍କ ଆତ୍ମସମ୍ମାନ ରଖନ୍ତୁ ରାଜ୍ୟ ସରକାର । ମୋଦି ସରକାର ଯାହା କୁହେ ତାହା କରେ, ଯାହା କରିପାରିବ ନାହିଁ ତାହା କୁହେଁ ନାହିଁ । ସଂକଳ୍ପରୁ ସିଦ୍ଧି ମିଳିବା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟ କରେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Powered by Froala Editor

Tags BJP, BJPOdisha, Aparajita Sarangi

Related articles Odisha News Lens 4.1

  • ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ସ୍ଥଗିତ

    14819
    Jul 16, 2025
  • ଆମ ଦୁନିଆ ବଦଳି ଗଲା
    ମନୋରଞ୍ଜନ

    ଆମ ଦୁନିଆ ବଦଳି ଗଲା

    15628
    Jul 16, 2025
  • ସ୍ଥଗିତ ରହିଲା ନିମିଶା ପ୍ରିୟାଙ୍କ ଫାଶୀ
    ଦେଶ-ଦେଶାନ୍ତର

    ସ୍ଥଗିତ ରହିଲା ନିମିଶା ପ୍ରିୟାଙ୍କ ଫାଶୀ

    13414
    Jul 16, 2025
  • ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ପାଇଁ ମୁଗ ଡ଼ାଲିର ପାଣି
    ବିଶେଷ

    ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ପାଇଁ ମୁଗ ଡ଼ାଲିର ପାଣି

    14933
    Jul 16, 2025
  • ନ୍ୟୁଜର ସିଧା ପ୍ରସାରଣ ବେଳେ ଡ୍ରୋନ୍ ଆକ୍ରମଣ, ଧାଇଁଲେ ଆଙ୍କର
    ଦେଶ-ଦେଶାନ୍ତର

    ନ୍ୟୁଜର ସିଧା ପ୍ରସାରଣ ବେଳେ ଡ୍ରୋନ୍ ଆକ୍ରମଣ, ଧାଇଁଲେ ଆଙ୍କର

    13405
    Jul 16, 2025
  • କୀଟପତଙ୍ଗଠାରୁ ସୁରକ୍ଷା ପାଇଁ ଘରୋଇ ସ୍ପ୍ରେ
    ବିଶେଷ

    କୀଟପତଙ୍ଗଠାରୁ ସୁରକ୍ଷା ପାଇଁ ଘରୋଇ ସ୍ପ୍ରେ

    13713
    Jul 16, 2025
  • ୨୦୦ ଟଙ୍କାରୁ ଅଧିକ ହେବନି ସିନେମା ଟିକେଟ୍
    ଦେଶ-ଦେଶାନ୍ତର

    ୨୦୦ ଟଙ୍କାରୁ ଅଧିକ ହେବନି ସିନେମା ଟିକେଟ୍

    14790
    Jul 16, 2025
  • ଦିଲ୍ଲୀରେ ପୁଣି ୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ପୁଣି ୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

    14161
    Jul 16, 2025
  • ଦୁର୍ଘଟଣାରେ ବିଶ୍ଵର ସବୁଠୁ ବୟସ୍କ ଧାବକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦୁର୍ଘଟଣାରେ ବିଶ୍ଵର ସବୁଠୁ ବୟସ୍କ ଧାବକଙ୍କ ମୃତ୍ୟୁ

    14716
    Jul 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁର୍ଘଟଣାରେ ବିଶ୍ଵର ସବୁଠୁ ବୟସ୍କ ଧାବକଙ୍କ ମୃତ୍ୟୁ

    14716
    Jul 16, 2025
  • ଦେଶ-ଦେଶାନ୍ତର

    ନ୍ୟୁଜର ସିଧା ପ୍ରସାରଣ ବେଳେ ଡ୍ରୋନ୍ ଆକ୍ରମଣ, ଧାଇଁଲେ ଆଙ୍କର

    13405
    Jul 16, 2025
  • ମନୋରଞ୍ଜନ

    ଆମ ଦୁନିଆ ବଦଳି ଗଲା

    15628
    Jul 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16625
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16740
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17054
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15543
    Apr 03, 2021

ବିଶେଷ

  • ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ପାଇଁ ମୁଗ ଡ଼ାଲିର ପାଣି

    14933
    Jul 16, 2025
  • କୀଟପତଙ୍ଗଠାରୁ ସୁରକ୍ଷା ପାଇଁ ଘରୋଇ ସ୍ପ୍ରେ

    13713
    Jul 16, 2025
  • ଗୁଡ଼ ସେବନ କରିବା ସ୍ବାସ୍ଥ୍ୟ ପାଇଁ ନିହାତି ଜରୁରୀ

    14615
    Jul 15, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14605
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    15095
    Jul 12, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15881
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16417
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14064
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15584
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନ୍ୟୁଜର ସିଧା ପ୍ରସାରଣ ବେଳେ ଡ୍ରୋନ୍ ଆକ୍ରମଣ, ଧାଇଁଲେ ଆଙ୍କର

    13405
    Jul 16, 2025
  • ଦିଲ୍ଲୀରେ ପୁଣି ୫ଟି ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

    14161
    Jul 16, 2025
  • ଆମ ଦୁନିଆ ବଦଳି ଗଲା

    15628
    Jul 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In