ଚେକ୍ ପୋଷ୍ଟରୁ ଜବତ ହେଲା ୮ କୋଟି ଟଙ୍କା
ଗୁରୁବାର ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଗରିକାପାଦୁ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ ଜବତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି।
ମିଳିଥିବା ତଥ୍ୟନୁଯାୟୀ, ପାଇପ୍ ଲୋଡ୍ ହୋଇ ଯାଉଥିବା ଟ୍ରକରେ ଏହି ଟଙ୍କା ସବୁ ଯାଉଥିଲା । ଟ୍ରକରେ ସ୍ୱତନ୍ତ୍ର କ୍ୟାବିନରେ ଟଙ୍କା ଭର୍ତ୍ତି କରି ହାଇଦ୍ରାବାଦରୁ ଗୁଣ୍ଟୁର ସହରକୁ ପଠାଯାଉଥିଲା। ଖବର ପାଇ ପୁଲିସ୍ ପହଞ୍ଚି ଟ୍ରକ୍କୁ ତନ ତନ କରି ଯାଞ୍ଚ କରିଥିଲା। ଏହାପରେ ଟ୍ରକ୍ରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଥିଲା। ଜବତ ସମସ୍ତ ଟଙ୍କାକୁ ଜିଲ୍ଲା ଯାଞ୍ଚ ଟିମ୍କୁ ହସ୍ତାନ୍ତର କରାଯାଇଛି ।କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାହାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ନିର୍ବାଚନ ଚାଲିଥିବା ବେଳେ ଏପରି ପୁଳା ପୁଳା ଟଙ୍କା ଜବତ ହୋଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ରହିଛି ଯେ ଏହି ଟଙ୍କାକୁ ଗୋପନ ଭାବେ ଲୁଚାଇକି ନିଆ ଯାଉଥିଲା।
Powered by Froala Editor