ତିରୁପତିରେ ଶିଖରଙ୍କୁ ବିବାହ କରିବା ଖବରକୁ ନେଇ ଏମିତି ରିପ୍ଲାଏ ଦେଲେ ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାନଭୀ କପୁର ଶିଖର ପାହାଡିଆଙ୍କ ସହ ଡେଟ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ଉଭୟ ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ଏକାଠି ଯୋଗ ଦେଉଥିବାର ଅନେକବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ ଜାନଭୀ ନିଜ ବେକରେ ଶିଖୁ ନାମକ ନେମ ପ୍ଲେଟ ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ନିକଟରେ ଜାହ୍ନବୀଙ୍କୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ତିରୁପତି ମନ୍ଦିରରେ ପ୍ରେମିକ ଶିଖରଙ୍କୁ ବିବାହ କରିବାକୁ ଚାହୁଁଥିବା ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା।
ଇନଷ୍ଟାଗ୍ରାମର ଏକ ପେଜରେ ସେୟାର କରାଯାଇଛି ଯେ, ଜାନଭୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ତିରୂପତି ମନ୍ଦିରରେ ବିବାହ କରିବେ । ଏହି ବିବାହରେ ଅଭିନେତ୍ରୀ ଗୋଲ୍ଡେନ ରଙ୍ଗର ଶାଢୀ ପିନ୍ଧିବେ । ତେବେ ଏହି ପୋଷ୍ଟ ଦେଖି ଜାନଭୀ ରିପ୍ଲାଏ କରିଛନ୍ତି ।
ଏହି ସମସ୍ତ ରିପୋର୍ଟକୁ ଭିତ୍ତିହୀନ କହି ଜାହ୍ନବୀ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ଯେ, ‘କୁଛ ଭି’ । ତେବେ ଜାନଭୀଙ୍କ ଏହି କମେଣ୍ଟ ଭାଇରାଲ ହେବାରେ ଲାଗିଛି ।
ଶେଷଥର ପାଇଁ ଜାହ୍ନବୀ ଗତବର୍ଷ ରିଲିଜ୍ ହୋଇଥିବା ‘ବୱାଲ’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଶରନ୍ ଶର୍ମାଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ଆଣ୍ଡ ମିସେଜ୍ ମାହୀ’ ଫିଲ୍ମରେ ରାଜକୁମାର ରାଓଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।
Powered by Froala Editor