କେନ୍ଦ୍ରାପଡାରେ ହେଉ ରଥଯାତ୍ରା : ବିଜୟ ମହାପାତ୍ର
ଭୁବନେଶ୍ୱର: କେନ୍ଦ୍ରାପଡାରେ ହେଉ ରଥଯାତ୍ରା । ସରକାର ଏକ ବିକଳ୍ପ ନିଷ୍ପତି ନେବା ପାଇଁ ଦାବି କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ଓଡିଶାରେ ଅନ୍ୟାନ୍ୟ ସ୍ଥାନରେ ଦାବି ଉଠିବା ସ୍ଵାଭାବିକ । କେନ୍ଦ୍ରପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ । ତୁଳସୀ କ୍ଷେତ୍ର ଓ ଶ୍ରୀକ୍ଷେତ୍ରର ସମ୍ପର୍କ ୧୭୦୦ ଖ୍ରୀଷ୍ଟାବ୍ଦ ସମୟର । ଏତେ ବର୍ଷର ସମ୍ପର୍କ ଆଉ କେଉଁଠି ଓଡିଶାରେ ନାହିଁ । କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ । ପୁରୀ ମନ୍ଦିର ଓ ବଳଦେବ ଜୀଉ ମନ୍ଦିର ସମାନ ସମୟରେ ହେଲା ।
ରଥ ଉପରେ ନୀତିକାନ୍ତି କେଵଳ ରଥ ଉପରେ ହୋଇପାରିବ । ମନ୍ଦିର ଭିତରେ ହୋଇପାରିବ ନାହିଁ । ୫ଟି କ୍ଷେତ୍ର ଓଡିଶାରେ ଅଛି । ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ । କେଵଳ ସେବାୟତ ମାନେ ରଥ ଉପରେ ନୀତିକାନ୍ତି କରିବେ । କୌଣସି ଭକ୍ତ ଯେମିତି ଯିବେ ନାହିଁ ସରକାର ୧୪୪ ଧାରା ମଧ୍ୟ ଲାଗୁ କରିପାରିବେ । ମୁଖ୍ୟମନ୍ତ୍ରୀ ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର ।
Powered by Froala Editor