ଭବ୍ୟ ଦମଦାର ସେଟ୍, କିନ୍ତୁ ଦର୍ଶକଙ୍କ ମନ କିଣି ପାରୁନି ‘ହୀରାମଣ୍ଡି’

ସଞ୍ଜୟ ଲୀଲା ଭଂସାଲୀଙ୍କ ମୋଷ୍ଟ ଆୱେଟେଡ ୱେବ ସିରିଜ ‘ହୀରାମଣ୍ଡି: ଦ ଡାଇମଣ୍ଡ ବାଜାର’ ୧ ମେ ୨୦୨୪ରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଙ୍ଗ ଆରମ୍ଭ ହୋଇସାରିଛି । ଏକ ଗ୍ରାଣ୍ଡ ସ୍କେଲର ସହ ରିଲିଜ ହୋଇଥିବା ହୀରାମଣ୍ଡିର ରିଆକ୍ସନ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲାଗୁଛି ଯେ, ସଞ୍ଜୟଙ୍କ ପୂର୍ବ ପ୍ରୋଜେକ୍ଟ ମାନଙ୍କ ଭଳି ହୀରାମଣ୍ଡି ସେତେଟା ଲୋକପ୍ରିୟ ହୋଇପାରିନି । ଫିଲ୍ମର ସେଟ୍ ଭବ୍ୟ ହୋଇଛି । ଷ୍ଟାର ମାନଙ୍କ କଷ୍ଟ୍ୟୁମ ଓ ଲୁକ୍ ଦମଦାର ହୋଇଛି । କିନ୍ତୁ ସଞ୍ଜୟଙ୍କ ଫିଲ୍ମର ଯେଉଁ ଦମ୍ ଥାଏ ତାହା ଏହି ଫିଲ୍ମରେ ନାହିଁ ବୋଲି ମତାମତ ଆସିଛି ।
୮ଟି ଏପିସୋଡର ସିରିଜ ହୀରାମଣ୍ଡି ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି । ଏହି ସିରିଜରେ ଅନେକ କଳାକାରମାନେ ମଧ୍ୟ କମବ୍ୟାକ କରିଛନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟାର କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା । ଏହି ଫିଲ୍ମରେ ଲାହୋରର ନବାୟଫୋର ଶାହି ମହଲାର କାହାଣୀ ସହ ଆସନ ପାଇଁ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି । ହେଲେ ଏହି ଫିଲ୍ମ ଦର୍ଶକଙ୍କ ଉତ୍ସାହକୁ ଭାଙ୍ଗିସାରିଛି ।
ଅନେକ ଫ୍ୟାନ ଏକ୍ସ ଜରିଆରେ ନିଜର ନିରାଶ ହେବାର ଭାବ ପ୍ରକାଶ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, କେଉଁମାନେ ହୀରାମଣ୍ଡିର ପ୍ରଥମ ୧୫ ମିନିଟରୁ ଅଧିକ ଦେଖିପାରିଲ? ମୋ କହିବା କଥା ହେଉଛି ଭବ୍ୟ ସେଟ କିନ୍ତୁ ୧୫ ମିନିଟ ମଧ୍ୟରେ ୨ଟି ଗୀତ ଏବଂ କିଏ କଥା ହେବା ନଜର ଆସିନାହିଁ ।
ସେହିଭଳି ଅନେକ ୟଜର୍ସ ନିଜ ନିଜ ମତ ଦେଇଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମକୁ ନେଇ ଯେଉଁ କ୍ରେଜ୍ ରହିଥିଲା ସେ କ୍ରେଜ୍ ଭାଙ୍ଗିଯାଇଛି । ଓଟିଟି ପ୍ଲାଟଫର୍ମରେ ଫିଲ୍ମକୁ ସେମିତି ରେସପନ୍ସ ମିଳିପାରିନି ।
Powered by Froala Editor