ଅଭିନୟ ଦୁନିଆରୁ ଦୂରେଇ ଯିବେ କିଙ୍ଗ ଖାନ୍, ଜାଣନ୍ତୁ କାରଣ...

ଅଭିନୟ ଦୁନିଆରୁ ଦୂରେଇ ଯିବେ କିଙ୍ଗ ଖାନ୍ । ଏହି ବଡ ଖବର ଆସିବା ପରେ ଫ୍ୟାନ୍ସ ନିରାଶ ହୋଇଯାଇଛନ୍ତି । ତେବେ ସବୁଦିନ ପାଇଁ ନୁହେଁ କିଛି ଦିନର ବିରତି ନେଇଛନ୍ତି ଶାହରୁଖ । ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା ବେଳେ ଶାହରୁଖ କହିଛନ୍ତି- ମୁଁ ଭାବୁଛି ମୁଁ କିଛି ବ୍ରେକ ନେଇପାରିବି। ତିନୋଟି ମୁଭି କରିସାରିଛି। ତେଣୁ ମୁଁ କିଛି ସମୟ ପାଇଁ ଛୁଟି ନେବି ବୋଲି ଭାବିଛି। ମୁଁ ପୁରା ଟିମକୁ କହିଛି ଯେ ମୁଁ ମ୍ୟାଚ (ଆଇପିଏଲ କ୍ରିକେଟ ମ୍ୟାଚ) ଦେଖିବାକୁ ଯିବି। ଶାହରୁଖ ଆହୁରି କହିଛନ୍ତି ଯେ ଆଇପିଏଲ କାରଣରୁ ସେ ନେଉଥିବା ବ୍ରେକ ପରେ ସେ ପୁଣିଥରେ ଶୁଟିଂ ଆରମ୍ଭ କରିବେ।
୨୦୨୩ ଶାହରୁଖଙ୍କ ପାଇଁ ଖୁବ ସଫଳତାର ବର୍ଷ ପାଲଟିଛି । ଏହି ବର୍ଷ ଶାହରୁଖ ୩ଟି ଫିଲ୍ମ କରିଥିବା ବେଳେ ସମସ୍ତ ଫିଲ୍ମ ସୁପରହିଟ ହୋଇଛି । ଜାନୁୟାରୀରେ ‘ପଠାନ୍’ ହଜାର କୋଟି ଉପରେ ଆୟ କରିଥିବା ବେଳେ ସେପ୍ଟେମ୍ବରରେ ‘ଜୱାନ୍’ ମଧ୍ୟ ବକ୍ସ ଅପିସରେ କମାଲ ପ୍ରଦର୍ଶନ କରିଛି । ସେହିପରି ଡିସେମ୍ବରରେ ରିଲିଜ ହୋଇଥିବା ‘ଡଙ୍କି’ ମଧ୍ୟ ଦର୍ଶକଙ୍କୁ ଛୁଇଁ ପାରିଛି । ତେବେ ଶାହରୁଖ ଗୋଟିଏ ବର୍ଷରେ ୩ଟି ସୁପରହିଟ ବ୍ଲକବଷ୍ଟର ସିନେମା ଦେବା ପରେ ସେ ଥକି ଯାଇଛନ୍ତି । ତେଣୁ ବର୍ତ୍ତମାନ କିଛି ଦିନ ପାଇଁ ସେ ଫିଲ୍ମରୁ ଦୂରେଇ ରହିବେ ବା ବ୍ରେକ ନେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।
Powered by Froala Editor