ପୁଞ୍ଚରେ ବାୟୁସେନା ଗାଡିକୁ ଆତଙ୍କବାଦୀ ଆକ୍ରମଣ : ୫ ଆହତ

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଛି ବଡ଼ଧରଣର ଆତଙ୍କୀ ହମଲା ହୋଇଥିବା ସୂଚନା ମିଳିଛି। ପୁଞ୍ଚ ଅନ୍ତର୍ଗତ ସୁରାନକୋଟେରେ ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେମାନେ ଗ୍ରେନେଡ ଓ ଗୁଳିମାଡ଼ କରିବାରୁ ୫ ଜଣ ଯବାନ ଆହତ ହୋଇଥିବା ଖବର ଆସିଛି। ସେମାନଙ୍କୁ ଉଦ୍ଧମପୁର ସ୍ଥିତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି।
ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ରେ ସୁରାନକୋଟେ ଥାନା ଅନ୍ତର୍ଗତ ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ଯାଉଥିବା ବେଳେ ବାୟୁସେନାର ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଫଟୋରେ ଦେଖିବାକୁ ମିଳିଛି ଯେ ଗାଡିର ୱିଣ୍ଡସ୍କ୍ରିନରେ ଅତି କମରେ ଏକ ଡଜନ ଗୁଳି ବାଜିଛି ।
ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଥିବାରୁ ଏହି ଅଞ୍ଚଳକୁ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛି ।
Powered by Froala Editor