ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଏସ୍ ଜୟଶଙ୍କର ଦୁଇ ଦିନର ଗସ୍ତ ବେଳେ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ସେହିପରି ଆସନ୍ତାକାଲି ଅପରାହ୍ନରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ନଡ୍ଡା ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା କାର୍ୟ୍ୟକ୍ରମ ରହିଛି। ସନ୍ଧ୍ୟାରେ କଟକରେ କାର୍ୟ୍ୟକର୍ତ୍ତା ବୈଠକରେ ଗୁରୁମନ୍ତ୍ର ଦେବାର କାର୍ୟ୍ୟକ୍ରମ ରହିଛି। ଆସନ୍ତା ୬ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି।
Powered by Froala Editor