ଅବକାରୀ ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଭଗବାନ କୃଷ୍ଣଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ ପ୍ରଜ୍ବଳ
ସାଂସଦ ପ୍ରଜ୍ୱଲ ରେଭାନ୍ନାଙ୍କ ବିରୋଧରେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହି ମାମଲାରେ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ଜଣେ ମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି। କର୍ଣ୍ଣାଟକର କଂଗ୍ରେସ ସରକାରର ଅବକାରୀ ବିଭାଗ ମନ୍ତ୍ରୀ ରାମପ୍ପା ତିମ୍ମାପୁର ରେଭାନ୍ନାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି। ଏହାକୁ ନେଇ ବିବାଦ ଉପୁଜିଛି। ତାଙ୍କ ବୟାନକୁ ବିରୋଧ କରାଯାଇଛି।
ରାମପ୍ପା ତିମ୍ମାପୁର କହିଛନ୍ତି ଯେ ପ୍ରଜ୍ୱଲ ରେଭନ୍ନା ଭଗବାନ କୃଷ୍ଣଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ। ସେ କହିଛନ୍ତି, ଦେଶରେ ଏଭଳି ମନ୍ଦ ଚିନ୍ତାଧାରା ଆମେ କେବେ ଦେଖିନାହୁଁ। ବୋଧହୁଏ ସେ ଭାବିଥିଲେ ଯେ ସେ ଗିନିଜ ରେକର୍ଡ କରିବେ । ମହିଳାମାନେ କୃଷ୍ଣ ଭଗବାନଙ୍କ ସହ ଭକ୍ତିର ସହ ରହୁଥିଲେ, କିନ୍ତୁ ସେପରି ନୁହେଁ, ବୋଧହୁଏ ପ୍ରଜ୍ୱଲ ସେମାନଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଥିଲେ । ତେବେ ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିବାଦ ଉପୁଜିଛି। ପ୍ରଜ୍ଜ୍ୱଳଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କିରବାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି।
ସୋସିଆଲ ମିଡିଆରେ ଲୋକେ ତାଙ୍କ ବିରୋଧରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ତାଙ୍କ ବୟାନକୁ ସେମାନେ ଲଜ୍ଜାଜନକ ବୋଲି କହିଛନ୍ତି। ଜଣେ ହିନ୍ଦୁ ଦେବତାଙ୍କୁ ଅପମାନିତ କରିଥିବାରୁ ରାମାପ୍ପାଙ୍କୁ ହଟାଇବାକୁ ବିଜେପି ନେତା ଦାବି କରିଛନ୍ତି।
Powered by Froala Editor