କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଗାଏବ

କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା । ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି।
ବ୍ରିଟେନ ଅଦାଲତରେ କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନି ଆଷ୍ଟ୍ରେଜେନିକା ଏହି ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବିଷୟ ସ୍ବୀକାର କରିବା ପରଠୁ ଭାରତରେ କୋଭିସିଲ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ସନ୍ଦୀପ ମନୁଧୋନେ ନାମକ ଜଣେ ପୂର୍ବତନ ଏକ୍ସ ବ୍ୟବହାରକାରୀ ତାଙ୍କ କୋଭିଡ ଟିକା ପ୍ରମାଣପତ୍ରର ଫଟୋ ସେୟାର କରି କହିଛନ୍ତି, ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଇ ଦିଆଯାଇଛି`
ସନ୍ଦୀପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୋଦୀ ଜି କୋଭିଡ ଟିକା ପ୍ରମାଣପତ୍ରରେ ଆଉ ଦେଖାଯାଉ ନାହାଁନ୍ତି। ଏହାକୁ ଯାଞ୍ଚ କରିବା ପାଇଁ ଟିକା ପ୍ରମାଣପତ୍ର ଡାଉନଲୋଡ୍ କଲି ଏବଂ ଦେଖିବାକୁ ପାଇଲି ଏଥିରୁ ମୋଦୀଙ୍କ ଫଟୋ କେଉଁଆଡେ ଉଭେଇ ଯାଇଛି।#
ମିଡ଼ିଆ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି ଯେ, ଲୋକ ସଭା ନିର୍ବାଚନ ପାଇଁ ଏହି ପଦକ୍ଷେପ ନିଆଯାଇଛି। କାରଣ ଏବେ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ଅଛି। ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି।
Powered by Froala Editor