ମାମୁକୁ ପଥରରେ ଛେଚି ହତ୍ୟା କଲା ଭଣଜା
ସୁନ୍ଦରଗଡ: ମାମୁକୁ ପଥରରେ ଛେଚି ହତ୍ୟା। ଅତି ବିଭତ୍ସ ଭାବରେ ହତ୍ୟା କରିଛି ଭଣଜା। ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଗୌଡୁଣିପୋଷ ଗାଁ ପତଳା ସାହିରେ ଏହି ଘଟଣା ଘଟିଛି। ତେବେ ମାମୁ ଭଣଜା ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ମାମୁ ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ଭଣଜା ମାମୁକୁ ପଥରରେ ଛେଚି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ କେ.ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଗୁରୁ ଧିବର । ତାକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି। ଏ ନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Powered by Froala Editor